Tuesday, August 23, 2022
Homeଗଜପତିଜିଲ୍ଲାରେସ୍ବତନ୍ତ୍ରସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ଗଜପତିଜିଲ୍ଲାରେସ୍ବତନ୍ତ୍ରସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,28/10 ଗଜପତି ଜିଲ୍ଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଓ ଡ୍ରାଫ୍ଟ ଭୋଟର ତାଲିକାର-
୨୦୨୪ ଆଜି ପ୍ରକାଶିତ ହୋଇଅଛି ଏହି ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଅଛି। ଜିଲ୍ଲାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ର ତା.୨୭.୧୦.୨୦୨୩ ରିଖଠାରୁ ତା.୦୯.୧୨.୨୦୨୩ ରିଖପଯ୍ୟନ୍ତ ଚାଲୁ ରହିବ। ଚିଠା ଭୋଟର ତାଲିକା ପ୍ରକାଶନ ୨୭.୧୦.୨୦୨୩ରିଖ ଆଜି ଜିଲ୍ଲାର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ତହସିଲଦାରଙ୍କ କାର୍ଯ୍ୟଳୟ,ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ, ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଅଛି । ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟର ସଂଖ୍ୟା-୪୪୪୬୪୧, ପୁରୁଷ ଭୋଟର ସଂଖ୍ୟା-
୨୧୮୦୧୮, ମହିଳା ଭୋଟର ସଂଖ୍ୟା -୨୨୬୬୦୨ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା -୨୧ ରହିଛନ୍ତି । ସେହିପରି ୧୩୬ – ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା-୨୩୩୦୮୫, ପୁରୁଷଭୋଟରସଂଖ୍ୟା-୧୧୩୫୭୪ ମହିଳା ଭୋଟର ସଂଖ୍ୟା –  ୧୧୯୫୦୭  ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା-୪ ରହିଛନ୍ତି।
ସେହିପରି ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨୧୧୫୫୬, ପୁରୁଷ ଭୋଟର ସଂଖ୍ୟା ୧୦୪୪୪୪, ମହିଳା ଭୋଟର ସଂଖ୍ୟା ୧୦୭୦୯୫ ଓ ତୃତୀୟ ଲିଙ୍ଗ ୧୭ ରହିଛନ୍ତି। ଆଜିର ଏହି ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବଦ୍ଧରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ। ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ଫର୍ମ -୬ ନିଜ ନାମ ପଞ୍ଜିକରଣ କରିବା, ଫର୍ମ -୭ ରେ ନାମକୁ ବାଦକରିବା, ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ । ଯୋଗ୍ୟତା ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ ଭୋଟର ହେଲ୍ପଲାଇନ ଆପ www.nvsp./voterportal. eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରନ୍ତୁ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ  ମଧ୍ୟମରେ ଫର୍ମ -୬,୭,୮ ଓ ୬ଖ ରେ ଆବେଦନ କରିପାରିବେ। ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ସ୍ବତନ୍ତ୍ର ପ୍ରଚାରଦିବସତା୦୫.୧୧. ୨୦୨୩ରିଖ (ରବିବାର) ତା.୧୯.୧୧.୨୦୨୩ରିଖ (ରବିବାର), ତା.୧୧.୧୧.୨୦୨୩ରିଖ (ଶନିବାର) ଏବଂ ତା ୨୫.୧୧.୨୦୨୩ରିଖ (ଶନିବାର)ଦିନ ପ୍ରତ୍ୟେକ ବୁଥ୍ ରେ ଦିବା ୧୦ ଘଟିକା ଠାରୁ ୫ ଘଟିକା ସମୟ ପ୍ରଯ୍ୟନ୍ତ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିବ । ଆସନ୍ତା ତା ୦୫.୦୧.୨୦୨୪ ରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ଜିଲ୍ଲାରେ ସାତ ଗୋଟି ବ୍ଲକ ରୁ ମୋଟ ୫୭୩ ଗୋଟି ବୁଥ ରହିଅଛି।  ଜିଲ୍ଲାର ସମସ୍ତ ଯୁବ ବର୍ଗର ଥିବା ୧୮ ବର୍ଷରୁ ଉର୍ଦ୍ଧ୍ବ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଯୋଗ କରିବା ପାଇଁ ପ୍ରାଧାନ୍ୟ ଦେବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ସୂଚନା ପ୍ରଦାନ କରିଥିଲେ ଆଜିର ଏହି ବୈଠକରେ  ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ସହାୟକ ଜିଲ୍ଲାପାଳ (ନିର୍ବାଚନ ଶାଖା) ଶ୍ରୀ ଶିବାଂଶୁ ଶେଖର ଜେନା ଉପସ୍ଥିତ ଥିବା ବେଳେ  ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ତଥା ବିଜେଡିରୁ ଶ୍ରୀ ଜମିଦାର ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ଇ.ପ୍ରଶାନ୍ତ  କମ୍ୟୁନିଷ୍ଟ ପାର୍ଟିରୁ ଶ୍ରୀ ଜି.ସୁରେଶ କୁମାର ରାଓ , ଭାରତୀୟ ଜାତୀୟ କଂଗ୍ରେସରୁ ଇଶ୍ଵର ମାଝୀ, ଆମ୍ ଆଦମୀ ପାର୍ଟି ରୁ ତ୍ରିନାଥ ପ୍ରସାଦ ପଟ୍ଟନାୟକ ଓ ସମସ୍ତ ସାମ୍ବାଦିକ ବିଭାଗୀୟକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!