ଲକ୍ଷ୍ମୀପୁର ୨୮.୧୦ .. ଲକ୍ଷ୍ମୀପୂର ଲ୍ୟାମ୍ପସ ର ପରିଚାଳନା ସମିତି ବୈଠକ ଲ୍ୟାମ୍ପସ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଧେଶ୍ୟାମ ଯାନୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ପ୍ରଥମେ ପୂର୍ବ ବୈଠକ ର ସମସ୍ତ ସୂଚନା ଓ କଣ ସବୁ କାର୍ଯ୍ୟ ହାତକୁ ନିଆଯାଇଥିଲା, ସେସବୁ ମଧ୍ୟରେ କଣ କଣ କାର୍ଯ୍ୟ ହୋଇଛି ସେ ସମ୍ପର୍କରେ ଲ୍ୟାମ୍ପସ ଶାଖା ପରିଚାଳକ ଗୋପାଳ କୃଷ୍ଣ ଆଚାର୍ଯ୍ୟ ପ୍ରକାଶ କରିଥିଲେ।ଲେମ୍ପସ ର ଆର୍ଥିକ ସ୍ଥିତି ସୁଧାରିବା ସକାଶେ ଗତ ବର୍ଷ ଠାରୁ
ମାଣ୍ଡିଆ ମଣ୍ଡି କୁ ଅନୁମତି ଦିଆଯିବା ସକାଶେ କୁହାଯାଇଥିଲା କିନ୍ତୁ ନିକଟତମ ଲ୍ୟାମ୍ପସ କୁ ମାଣ୍ଡିଆ ମଣ୍ଡି ର ଅନୁମତି ଦିଆଯାଇଥିଲେ ମଧ୍ୟ ଲକ୍ଷ୍ମୀପୁର ଲ୍ୟାମ୍ପସକୁ ଦିଅନଯିବା କୁ ନେଇଁ ପରିଚାଳନା ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ।ବୈଠକ ରେ ଚଳିତ ବର୍ଷ ଯେମିତି ହେଲେ ମାଣ୍ଡିଆ ମଣ୍ଡି ପାଇଁ ଚେଷ୍ଟା କରାଯିବ ବୋଲି ସଦସ୍ୟ ଝିନ ହିକକା ପ୍ରକାଶ କରିଥିଲେ। ସେହିପରି ବ୍ରାଞ୍ଚ ଇନଚାର୍ଜ ପଦବୀ ଦୀର୍ଘ ୨ବର୍ଷ ହେଲା ଖାଲି ପଡ଼ିଥିବା କାରଣରୁ ତାହାକୁ ପୂରଣ କରିବା ସକାଶେ ସର୍ବସମତି ସକାଶେ କୁହାଯାଇଥିଲା। ଲେମ୍ପସ ବୋର୍ଡ଼ ମେମ୍ବରସ ଙ୍କ ଭତା ବୃଦ୍ଧି ନେଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଲେମ୍ପସ ପରିଚାଳନା ସକାଶେ ସମସ୍ତ ଙ୍କ ସହଯୋଗ ର ଆବଶ୍ୟକତା ରହିଥିବା ଶାଖା ପରିଚାଳକ ପ୍ରକାଶ କରିଥିଲେ। ବୈଠକ ରେ ଅଧିକାଂଶ ସଦସ୍ୟ ଯୋଗଦେଇଥିଲେ