Tuesday, August 23, 2022
Homeମୋ ଓଡିଶା ନବୀନ ଓଡିଶା ସକାଶେ ପ୍ରସ୍ତୁତି ବୈଠକ।

ମୋ ଓଡିଶା ନବୀନ ଓଡିଶା ସକାଶେ ପ୍ରସ୍ତୁତି ବୈଠକ।

ଲକ୍ଷ୍ମୀପୁର ୨୮.୧୦ .... ଲକ୍ଷ୍ମୀପୂର ଆଇବି ବଙ୍ଗଳା ଠାରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମୋ ଓଡିଶା ନବୀନ ଓଡିଶା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ସଭାପତି ଝିନ ହିକକା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ବିଧାୟକ ପ୍ରଭୁଜାନି,ପର୍ଯ୍ୟବେକ୍ଷକ ସୁନୀଲ ମହାନ୍ତି , ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ କୁଲେସିକା, ବିଜୁଜନତା ଦଳ ମହିଳା ନେତ୍ରୀ କୌଶଲ୍ୟା ହିକକା,ଲକ୍ଷ୍ମୀପୂର ବ୍ଲକ ସଭାପତି ପ୍ରସାଦ ଖରା,ଜିଲ୍ଲା ଯୁଗ୍ମ ସମ୍ପାଦକ ପରମା ଖରା, ଯୁବ ସଭାପତି ରଞ୍ଜନ ଖରା ଙ୍କ ସମେତ ନାରାୟଣପାଟଣା ବନ୍ଧୁଗାଁ ଦଶମନ୍ତପୁର ବ୍ଲକ ର ସଭାପତି, ଲକ୍ଷ୍ମୀପୂର ବ୍ଲକ ର ଜିପି ସଭାପତି ଓ କିଛି କର୍ମୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୧୦ ତାରିଖ ରେ ରାଜ୍ୟ ବ୍ୟାପି ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରହିଛି, ଉକ୍ତ କାର୍ଯ୍ୟକ୍ରମ କୁ   ସମସ୍ତ ବ୍ଲକ ରେ କେମିତି ସଫଳ କରାଯିବ, ସାଧରଣ ଲୋକେ କେମିତି ଆସିବେ, ଅନ୍ୟନ୍ୟା ବ୍ୟବସ୍ତା କେମିତି କରାଯାଇପାରିବ ସେଥିପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା।ଦଳ ର ପଦବୀ ରେ କେବଳ ରହିଲେ ହେବ ନାହିଁ, ଦଳ ପାଇଁ କାମ କର, ନଚେତ ପଦବୀ ଛାଡ଼ ବୋଲି ରୋକଠୋକ ଭାବେ ଜିଲ୍ଲା ସଭାପତି ଝିନ ହିକକା ପ୍ରକାଶ କରିଥିଲେ।କେବଳ କାମ କୁ ଆଶା ରଖି ଦଳ ରେ ରହିଲେ ହେବନାହିଁ, ଆଗାମୀ ୪ମାସ ଦଳ ସକାଶେ ଗୁରୁତ୍ୱ ପୁର୍ଣ ସମୟ ତେଣୁ ବୂଥ ଲେବେଲ ରୁ କାମ କରିବାକୁ ପରାମର୍ଶ ଦେଇଥିଲେ।
ବର୍ତ୍ତମାନ ଭିକେ ପାଣ୍ଡିଆନ ଙ୍କୁ ନବୀନ ଓଡିଶା ର ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ସମସ୍ତ ଜିପି ସଭାପତି ମାନେ ପାଣ୍ଡିଆନ ଙ୍କ ଫୋଟୋ ସହ ବ୍ୟାନେର  କରାଇ ଆଣିବାକୁ କୁହାଯାଇଥିଲା, ସେହିପରି ମନ୍ଦିର ଚର୍ଚ୍ଚ  ସମେତ ଅନେକ ଅନୁଷ୍ଠାନ ମାନଙ୍କୁ ଯେଉଁ ଅନୁଦାନ ଦିଆଯାଇଛି ସେହି ଅନୁଷ୍ଠାନ ମାନଙ୍କ ଧନ୍ୟବାଦ ପ୍ରଦାନ ସମ୍ପର୍କିତ ବ୍ୟାନେର ଆଣିବାକୁ କହିବା ସକାଶେ ଜିପି ସଭାପତି ମାନଙ୍କୁ ନିର୍ଦେଶ ଦିଆଯାଇଥିଲା।ପର୍ଯ୍ୟବେକ୍ଷକ ଙ୍କ ଦାୟିତ୍ୱ ଯେଉଁ ଭଳି କରିବା କଥା ସେମିତି କରାଯାଉ ନାହିଁ ବୋଲି କିଛି କର୍ମୀ ପ୍ରକାଶ କରିଥିଲେ। ମିଡ଼ିଆସେଲ ଦାୟିତ୍ୱ କାହାକୁ ଦିଆଯାଇଛି, ଓ ମିଡ଼ିଆ ରେ ପ୍ରଚାର ପ୍ରସାର ସକାଶେ ସେମିତି ଗୁରୁତ୍ୱ ଦିଆଯାଉନଥିବା ମଧ୍ୟ କର୍ମୀ ମାନେ ପ୍ରକାଶ କରିଥିଲେ।ପରିଚାଳନା ଠିକ ହେଉନଥିବାରୁ କିଛି କର୍ମୀ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!