Tuesday, August 23, 2022
Home*ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଦେହରେ ଥାନାରେ ଏତଲା ଦେଲେ ପରିବାର*

*ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଦେହରେ ଥାନାରେ ଏତଲା ଦେଲେ ପରିବାର*

ନବରଙ୍ଗପୁର:ଡାବୁଗାଁ ଥାନା ଅଧୀନ ଖୁଟୁବାଇ ଗ୍ରାମ ନିକଟସ୍ଥ  କାଜୁ ବଗିଚା ମଧ୍ୟରେ ଥିବା କୃଷ୍ଣଚୂଡା ଗଛଡାଳରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜଣେ ଅଲେଖ ବାବା ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭୋଯୋଗ ହୋଇଛି | ସୂଚନାଯୋଗ୍ୟ:- ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡାବୁଗାଁ ଥାନା ଅଧୀନ ଖୁଟୁବାଇ ଗ୍ରାମ ନିକଟସ୍ଥ  କାଜୁ ବଗିଚା ମଧ୍ୟରେ ଥିବା କୃଷ୍ଣଚୂଡା ଗଛ ଡାଳରେ  ଜୟସିଂ ସାନ୍ତା (୩୫) ନାମକ ଅଲେଖ ବାବା ନିଜ ବିନ୍ଧା କୌପୀନ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଥିଲେ |ସକାଳୁ ଗ୍ରାମର କିଛି ଲୋକ ଶୌଚ ପାଇଁ ଯାଇଥିଲେ | ସେଠାରେ ଏକ ଗଛ ରେ ଜଣେ ଲୋକ ଝୁଲୁ ଥିବା ଦେଖି ଗ୍ରାମକୁ ଆସି ଖବର ଦେଇଥିଲେ | ପରେ ଖବର ପ୍ରସାରିତ ହେବାପରେ ମୃତକର ପରିବାର ଲୋକେ  ଆସି ଦେଖି  ଚିହ୍ନଟ କରିଥିଲେ | ମୃତକ ହେଲେ ଝରିଗାଁ ଥାନା ଅଧୀନ ପାଲିଆ ଗ୍ରାମର ସେଖୁରୁ ସାନ୍ତାଙ୍କ ପୁଅ ଜୟାସିଂ ବୋଲି ଜଣା ପଡିଛି | ଏନେଇ ମୃତକ ଙ୍କ ଭାଇ ହତ୍ୟା  ସନ୍ଦେହରେ ଗୋବିନ୍ଦ ସାନ୍ତା ମଙ୍ଗଳବାର ମଧ୍ୟାନ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ଶବ ବ୍ୟବଛେଦ ପରେ ପରିବାର 7ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି |  ଏନେଇ ଥାନା କେସ ନଂ ୩୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି |ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!