ବ୍ରହ୍ମପୁର ମହାନଗର ନିଗମ ରେ କିଛି ଯୁବ ପିଢ଼ି ମାନଙ୍କ ଦ୍ୱାରା ନୂତନ କରି ଗଢି ଥିବା ଇ.ଏ.ଟି, ଫାଉଣ୍ଡେସନ ତରଫରୁ ମହାନବମୀ ଉପଲକ୍ଷେ ସମସ୍ତ କର୍ମକର୍ତା ମାନେ ଏକ ଅଭିନବ ଢଙ୍ଗ ରେ ସହର ର ବିଭିନ୍ନ ଗଳି ଯେପରି ହୀଲ ପାଟଣା, ଷ୍ଟେସନ ରୋଡ଼, ଗୋଶାଣିନୁଆଗାଁ, ଏବଂ ବିଜିପୁର ଅଞ୍ଚଳରେ ପରିକ୍ରମା କରି ଗରିବ ଓ ଅସହାୟ କୁନି କୁନି ପିଲା ଓ ବୃଦ୍ଧ ବ୍ୟକ୍ତି ମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ ଏବଂ ଆଗକୁ ଏହି ଚେଷ୍ଟା କୁ ଜାରି ରଖିବାର ଆହ୍ୱାନ ମଧ୍ୟ ଦେଇଥିଲେ।
ଆଜି ର ଯୁବ ପିଢ଼ି ମାନଙ୍କ ଦ୍ୱାରା ଏହି ପ୍ରଚେଷ୍ଟା କୁ ବିଭିନ୍ନ ମହଲ ରେ ଆଲୋଚନା କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଦଳର କର୍ମକର୍ତା - ଅନ୍ତର୍ଯ୍ୟାମୀ ପାତ୍ର, ଅମିତ କୁମାର ରଥ,ଉମାଶଙ୍କର ପାଣିଗ୍ରାହୀ, ସୋଲାଙ୍କି ତ୍ରିପାଠୀ, ଉଷା ରାଣୀ ଚୌଧରି,ଦିଲ୍ଲୀପ କୁମାର ସାହୁ,ରଞ୍ଜନ କୁମାର ସାହୁ,ଗୌରୀ ସାହୁ,ବି.ତନ୍ମୟ,ଆଦିତ୍ୟରାଜ୍ ପାଣିଗ୍ରାହୀ,ଦିବ୍ୟାନସଂ ବେହେରା,ଆଲୋକ ପ୍ରଧାନ,ଜ୍ୟୋତି ଶଙ୍କର ପାଢ଼ୀ, ପ୍ରୀତମ ମହାପାତ୍ର,ମେହେର କୁମାର ସାହୁ,ସାଇ ପ୍ରସାଦ ନାୟକ,କେ.ଶିବମ, ଜ୍ଞାନେଦ୍ର ବାହାଦୂର ସିଂ ଏବଂ ଅନ୍ୟ ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ଏକ ନୁଆଁ ଦିଗ ପ୍ରଦାନ କରିଥିଲେ।