Tuesday, August 23, 2022
Homeଏସ ଏସ ପ୍ଲାୟ ଏଣ୍ଡ ହାଡୱେର ର ଅଷ୍ଟମ ବାର୍ଷିକ ଉତ୍ସବ ।

ଏସ ଏସ ପ୍ଲାୟ ଏଣ୍ଡ ହାଡୱେର ର ଅଷ୍ଟମ ବାର୍ଷିକ ଉତ୍ସବ ।

ବ୍ରହ୍ମପୁର: ବ୍ରହ୍ମପୁର ମିଲିଟାରୀ ଲାଇନ ମୁଖ୍ୟ ରାସ୍ତା ରେ ଥିବା ଏସ ଏସ ପ୍ଲାୟ ଏଣ୍ଡ  ହାଡୱେର  ର ଅଷ୍ଟମ ବାର୍ଷିକ ଉତ୍ସବ ଶାରଦୀୟ ଦୁର୍ଗା ପୂଜା ଅବସର ବେଶ୍ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଏହାର ଶୁଭ ଉଦ୍ଘାଟନ ଉଛବ ରେ ସାଂସଦ  ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧ୍ୟାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା , ପୂର୍ବତନ  ବିଧ୍ୟାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ,   ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ  ମହାରଣା,ଅର୍ବାନ ବ୍ୟାଙ୍କ୍ ସଭାପତି ଆର୍ ମୁରଲୀ ମୋହନ, ସ୍ଥାନୀୟ କର୍ପୋରେଟର ଡି. କରୁଣା କର, ସମାଜସେବୀ ଶ୍ରୀ ଅରକ୍ଷିତ ଜେନା ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର  ଶୁଭାରମ୍ଭ କରିଥିଲେ ।ଏହି ଅବସର ରେ ଅନୁଷ୍ଠାନ ର  ମାଲିକ ସତ୍ୟ ନାରାୟଣ ପାତ୍ର ବେଶ ଖୁସି ବ୍ୟକ୍ତ କରିଥିଲେ । ସମସ୍ତ ଗ୍ରାହକ ଓ କର୍ମଚାରୀ ଙ୍କୁ ଖୁସି ବାଣ୍ଟିବା ପାଇଁ ମେଲୋଡ଼ି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର  ଆୟୋଜନ କରାଯାଇ ଥିଲା।ପ୍ରତିବର୍ଷ ଏଭଳି ନିଆରା ଢଙ୍ଗରେ ପାଳନ କରୁଥିବାରୁ ନିଜର ପରିବାର ଓ ସାହି ବାସିନ୍ଦା ମଧ୍ୟ ଏହି ଖୁସିର ମଜା ନେଇଥିଲେ ।ଏମିତି କରି ଦ୍ଵାରା ବ୍ୟବସାୟରେ ଆସାନୁ ରୂପ ଫଳ ମିଳି ଥାଏ ବୋଲି ସେ କହିଥିଲେ। ଦୁର୍ଗାପୂଜା ରେ ସମସ୍ତେ ଏଭଳି ଖୁସି ରେ ପାଳନ କରିବା ଉଚିତ ବୋଲି ମତ ରଖି ଥିଲେ । ନିଜ ଦୋକାନରେ ବିଭିନ୍ନ କିସମର ଗୃହର  ପ୍ଲାୟ ଉଡ ସାମଗ୍ରୀ ଓ ଅନ୍ୟାନ୍ୟ ଘର ତିଆରି ସାମଗ୍ରୀର ସାଜ ସଜ୍ଜା ଦ୍ଵାରା ଗ୍ରାହକ ମାନଙ୍କ ଆକୃଷ୍ଟ ର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ କାର୍ଯ୍ୟ ରତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!