ଗଂଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଙ୍କୋରଡା ଗ୍ରାମ ରେ ମା ମହୁରୀ କାଳୁଆ ମନ୍ଦିର ଅବସ୍ଥିତ। ବହୁ ପ୍ରାଚୀନ କାଳରୁ ଅବସ୍ଥିତ, ମା'ଙ୍କର କିମ୍ବଦନ୍ତୀ ନିଆରା, ଏହି ମନ୍ଦିର ରେ ସାଧୁ ମହାରାଜା ବାସ କରୁଥିଲେ। ଗ୍ରାମ ରେ କଲରା ଓ ହଇଜା, ମହାମାରୀ ରୋଗରେ ଆକ୍ରାନ୍ତ ହେଲେ , ସାଧୁ ମହାରାଜା ଧୂପ ଏବଂ ଧଣ୍ଡା ପଇଞ୍ଚଛ ଧରି ଗ୍ରାମ ପରିକ୍ରମା କରି ଚାରି ଦିଗ କୁ ପୂଜା ଅର୍ଚ୍ଚନା କରି ମନ୍ଦିର ଆସନ୍ତି। କୃଷି ବହୁଳ ଗ୍ରାମ କ୍ଷେତ ରେ ପୋକ ଲାଗିଲେ। ସାଧୁ ମହାରାଜା ଝୁଣା ଓ ମନ୍ତ୍ର ଦ୍ଵାରା ସମସ୍ତ ପ୍ରକାର ଶସ୍ୟ ରୋଗ ମୁକ୍ତି ପାଇଥାନ୍ତି। ଗ୍ରାମ ବାସି ଦୃଢ଼ ବିଶ୍ୱାସ ଓ ଭକ୍ତି ଏବଂ ସମ୍ମାନ ଦିଅନ୍ତି। କାର୍ତ୍ତିକ ମାସରେ ଦେବୀ ମାଁ ଙ୍କ ପର୍ବପର୍ବାଣୀ ହୋଇଥାଏ। ଦୀର୍ଘ/10 ବର୍ଷ ହେଲା ମାଁ ଙ୍କ ନବରାତ୍ର ପୂଜା ପାଳନ ହୋଇଆସୁଛି। ଗ୍ରାମ ର ସମସ୍ତ ସଦସ୍ୟମାନଙ୍କ ସହଯୋଗ ରେ ପାରମ୍ପରିକ ନବରାତ୍ର ପୂଜା ଅର୍ଚ୍ଚନା ଅତି ସୁନ୍ଦର ଭାବରେ ହେଉଛି। ପ୍ରତ୍ୟେକ ଦିନ ବିଶିଷ୍ଟ ପଣ୍ଡିତ ଦ୍ବାରା ବେଦ ପାଠ ମନ୍ତ ଧୂନି ଭିତରେ ପୂଜା ଅର୍ଚ୍ଚନା ହୁଏ। ପଣ୍ଡିତ ଶ୍ରୀ କାଳିଚରଣ ତ୍ରିପାଠୀ ଶର୍ମା, ସହଯୋଗ ପଣ୍ଡିତ ରଶ୍ମୀ ରଞ୍ଜନ ତ୍ରିପାଠୀ। ମୂଖ୍ୟ କର୍ତ୍ତା ନିଳମଣୀ ପଟ୍ଟନାୟକ ,ସୁନିଳ ନାହାକ ।