ଧରାକୋଟ, 23/10/23
ଆସିକା ବାନାଞ୍ଚଳ ଅଧିନସ୍ତ ଧରାକୋଟ ଫରେଷ୍ଟ ସେକ୍ସନ ତରଫରୁ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଧରାକୋଟ ବନପାଳ ଅକ୍ଷୟ କୁମାର ତ୍ରିପାଠୀ,ବନରକ୍ଷୀ ପ୍ରଦୀପ ପରିଛା, ରାକେଶ ପରିଡ଼ା, ଚୁମକି ନାୟକ ଙ୍କ ସହ ସ୍କ୍ୱାର୍ଡ ଟିମ ଏହି ଗଣନା କାର୍ଯ୍ୟ ରେ ସାମିଲ ହୋଇଥିଲେ। ମଲିଝର 1, ମଲିଝର 2 , ଆମ୍ବଡା ବଣ, ଚାପୁଡିଆ ପ୍ରଭୃତି ବଣରେ ପୂର୍ବରୁ ବିଛା ଯାଇଥିବା ବାଲି ରେ ପାଦ ଚିହ୍ନ,ବାଘ ମଳ,ମୂତ୍ର, ଗଛ ରାମ୍ପୁଡ଼ା ଚିହ୍ନ କୁ ଅନୁସରଣ କରିଥିଲେ। ଜଙ୍ଗଲ ଭିତରେ ବିଶେଷ କରି ମଣିଷ ପାଦ ଚଲା ରାସ୍ତାକୁ ଟିମ ସଦସ୍ୟ ଅନୁଧ୍ୟାନ କରି ଦେଖିଥିଲେ । ସଂପ୍ରତି ଛଅ ଦିନ ଧରି ଜଙ୍ଗଲ ଗୁଡିକରେ ଚିତା,ମହାବଳ , ହେଟା ବାଘର ସ୍ଥିତାବସ୍ଥା ସମ୍ପର୍କରେ ଗଣନା କାର୍ଯ୍ୟ ଚାଲିଛି।