ଧରାକୋଟ :-23/10/23
ଧରାକୋଟ ବନକ୍ଷେତ୍ର ଅଞ୍ଚଳର ଆଠଘରିଆ ନିକଟସ୍ଥ ଜଙ୍ଗଲ ରେ ବେଆଇନ ଭାବରେ ଗଛ କାଟିବା ଓ ଜମି ଜବରଦଖଲ କରିବା ସଂପର୍କରେ ବିଶେଷ ସୂତ୍ରରୁ ଖବର ପାଇଁ ଧରାକୋଟ ବନପାଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଏକ ଠକ ବାବlଜି କୁ ଗିରଫ କରିଛି l ଠକ ବାବାଜୀ ଜଣଙ୍କ ହେଲେ କବିସୂଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମର କୃଷ୍ଣ ସାହୁ (36) ତାକୁ ଆଜି ଗିରଫ କରାଯାଇଥିବା କଥା ବନ ବିଭାଗ ପ୍ରକାଶ କରିଛି l ଗତ କିଛି ଦିନ ହେଲା ଛଦ୍ମଵେସୀ ବାବାଜୀ ବେଶରେ ବରାଡ଼ବିଲି ପଂଚାୟତ ର ଆଠ ଘରିଆ ଡି ପି ଏଫ ପାଖ ରେ କିଛି ମୂଲ୍ୟବାନ ଗଛ ହାଣି ସେ ବଣ ସଫାକରୀ ଆଶ୍ରମ ତିଆରି କରୁଥିଲା । ଆଜି ଧରାକୋଟ ବନାଞଳ ଅଧିକାରୀ ଅକ୍ଷୟ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଟିମ ଘଟଣାସ୍ଥଳରେ ପହଂଚି ଠକବାବା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି l ଠକ ବାବା ବିରୁଦ୍ଧରେ ଓଡିଶା ବନ ଆଇନ 1980 ଅନୁଯାଇ କେସ ନଂ 142/23-24ରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି l