ଭଞ୍ଜନଗର,୨୧/୧୦ : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନାରେ ନୂତନ ଥାନାଧିକାରୀ ଭାବେ ଅଶ୍ୱିନୀ ଭିତିରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଭିତିରିଆ ପୂର୍ବରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ପୂର୍ବ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ଅବସର ପରେ ୬ ମାସ ଧରି ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥୀ ନାୟକ ଦାୟିତ୍ୱ ତୁଲାଉଥିଲେ। ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଙ୍କ ନିର୍ଦେଶ କ୍ରମେ ନୂତନ ଥାନାଧିକାରୀ ଭାବେ ଶ୍ରୀ ଭିତିରିଆ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଟ୍ରାଫିକ ନିୟନ୍ତ୍ରଣ, ଅସାମାଜିକ କାଯ୍ୟ କଳାପ ଉପରେ ତୀକ୍ଷ୍ମ ନଜର,ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ୫ଟି ଆଧାରରେ ଜନସାଧାରଣ ଙ୍କୁ ଉତ୍ତର ବ୍ୟବହାର ପ୍ରଦର୍ଶନ ଏବଂ ସମସ୍ୟା ଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଭିତିରିଆ ପ୍ରକାଶ କରିବା ସହିତ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଛନ୍ତି। ନୂତନ ଥାନାଧିକାରୀ ଶ୍ରୀ ଭିତିରିଆ ଯୋଗ ଦେବା ପରେ ଥାନାର ସମସ୍ତ କର୍ମଚାରୀ ଙ୍କ ସମେତ ଅଞ୍ଚଳର ବିଭିନ୍ନ ବର୍ଗର ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି।