Tuesday, August 23, 2022
Homeତାରାସିଙ୍ଗି ରେ ଆମ ପୋଲିସ ସମିତି ବୈଠକ

ତାରାସିଙ୍ଗି ରେ ଆମ ପୋଲିସ ସମିତି ବୈଠକ

ଭଞ୍ଜନଗର,୨୧/୧୦ : ତାରସିଙ୍ଗି ଥାନା ଆମ ପୋଲିସ ସମିତିର ବୈଠକ ସ୍ଥାନୀୟ ତାରାସିଙ୍ଗି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ଅଶ୍ୱିନୀ ଭିତିରିଆ ଏଥିରେ ଅଧ୍ୟକ୍ଷତା କରି ଗୁଣିଗାରେଡି, ଅନ୍ଧବିଶ୍ୱାସ,ଅନ୍ଲାଇନ୍ ଠକେଇ, ଅସାମାଜିକ କାଯ୍ୟକଳାପ,ନାବାଳିକା ବିବାହ, ଘରୋଇ ହିଂସା ଆଦି ରୋକିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସଚେତନତା ବଢିଲେ ବିଭିନ୍ନ ଠକେଇରୁ ରକ୍ଷା ପାଇଁ ପାରିବେ ବୋଲି ଉପସ୍ଥିତ ଗ୍ରାମବାସୀ ଙ୍କୁ ଥାନା ଅଧିକାରୀ ଶ୍ରୀ ଭିତିରିଆ ସଚେତନତାର ବାର୍ତ୍ତା ଦେଇଥିଲେ ।  ସେହିପରି ସ୍ଥାନୀୟ ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବାଇକ ଚଲେଇବା ସମୟରେ ହେଲମେଣ୍ଟ ବ୍ୟବହାର, ପଲିଥିନ ବ୍ୟବହାର ନକରିବା, ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା,ସ୍ୱଚ୍ଛ ଭାରତ କାଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା। ଆୟୋଜିତ ବୈଠକରେ ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମବାସୀ,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା,ଯୁବବର୍ଗ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!