Tuesday, August 23, 2022
Homeଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ .....................................................

ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ .....................................................

ମାଲକାନଗିରି, 20/10
ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଅଧ୍ୟକ୍ଷତା କରିଥିବା ବେଳେ  ଦୁର୍ନୀତି ନିବାରଣ ଡିଏସପି ସଦାନନ୍ଦ ପାଣି କିଭଳି ଜିଲ୍ଲାରେ ଏହି ସପ୍ତାହ ପାଳନ କରାଯିବ ସେଥି ନିମନ୍ତେ ଆଲୋକପାତ କରିଥିଲେ। ଚଳିତ ବର୍ଷ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଦ୍ୱାରା " ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସମର୍ପିତ ରହିବା" ବିଷୟ ବସ୍ତୁ ରହିଛି। ଜିଲ୍ଲା ସ୍ତରରେ ୩୦ ଅକ୍ଟୋବର ପୂର୍ବାହ୍ନ ୧୧ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଉପରେ ସାମୂହିକ ଶପଥ ପାଠ କରାଯିବ।  ୩୧ ଅକ୍ଟୋବର ଏବଂ ୧ ନଭେମ୍ବରରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯିବ।  ସେହିପରି ୩୧ ଅକ୍ଟୋବରରେ ବ୍ଲକ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ହେବ ।  ବିଡିଓମାନେ ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମସଭା ମାଧ୍ୟମରେ ସଚେତନତା କରାଇବେ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ସ୍ତରରେ ନଭେମ୍ବର ୨ରେ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏକ ଶଭାଯାତ୍ରା କରାଯିବା ପରେ ଏକ ବୈଠକ ଅନୁଷ୍ଠିତ ହେବ। ସେଥିରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଏସ୍ଏଚଜି, ଓ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ଆଜିର ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!