Tuesday, August 23, 2022
Homeପାରଳାଖେମୁଣ୍ଡି ସ୍ଥିତ ପି ଏଚ ଡି କାର୍ଯ୍ୟାଳୟର ଗୋଦାମ ଘରୁ ୮ଫୁଟର ଅଜଗର ଉଦ୍ଦାର |

ପାରଳାଖେମୁଣ୍ଡି ସ୍ଥିତ ପି ଏଚ ଡି କାର୍ଯ୍ୟାଳୟର ଗୋଦାମ ଘରୁ ୮ଫୁଟର ଅଜଗର ଉଦ୍ଦାର |

ପାରଳାଖେମୁଣ୍ଡି: ଗଜପତି
ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର ସାପ ଉଦ୍ଦାର ହୋଇଛି | ସାପଟି ଗୋଦାମ ଭିତରେ ଥିବା ଲୋକେ ଜାଣିପାରି ରାତ୍ର ପ୍ରକୃତି ବନ୍ଧୁ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ | ଅନେକ କସରତ ବିଳମ୍ବିତ ରାତ୍ର ଯାଏଁ କରିବା ପରେ ସାପଟିକୁ ନାଗେଶ୍ବର କାବୁ କରିପାରିଥିଲେ | ସେଠାରେ ଉପସ୍ଥିତ ସମସ୍ତଙ୍କୁ ସାପକୁ ଦେଖି ଭୟଭିତ ନହେବାକୁ କହିବା ସହ ସାପର କୌଣସି କ୍ଷତି ନକରିବାକୁ ନାଗେଶ୍ବର ସଚେତନ କରିଥିଲେ | ଉଦ୍ଦାର ସାପଟିକୁ ରାଣିପେଣ୍ଠ ନିକଟସ୍ଥ ଜଙ୍ଗଲରେ ନାଗେଶ୍ବର ମହାପାତ୍ର କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଛାଡି ଥିବା ସୂଚନା ମିଳିଛି |

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!