ଧରାକୋଟ,20/10/23
ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି 2023 ଓ ଓଡ଼ିଶା ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ତହସିଲଦାର କବିରାଜ ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ଦାଇଟ ଖଲିକୋଟ ର ଶିକ୍ଷା ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା,ସ୍ଵତନ୍ତ୍ର ଅତିଥି ଭାବରେ ବ୍ରିଗେଡିୟର ଅରୁଣ ପ୍ରସାଦ ପାଢ଼ୀ,ଡାକ୍ତର ଶଙ୍କର ନାରାୟଣ ବେହେରା, ଅଧ୍ୟକ୍ଷ ଅକ୍ଷୟ ପଟନାୟକ, ଦିଗାମ୍ବର ବିଷୋୟୀ,ଦୁର୍ଯ୍ୟୋଧନ ଦୋରା,ଶିକ୍ଷାବିତ ଡକ୍ଟର ବିମଳ ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ ସୂର୍ଯ୍ୟ ନାରାୟଣ ସାହୁ,ମିଳିତ ଶିକ୍ଷକ ସଂଘର ସଭାପତି ସୁକ୍ରୁ ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନର, ଶୃଙ୍ଖଳା ଜ୍ଞାନ ଓ ଚରିତ୍ର ଗଠନ ଉପରେ ଆଲୋକପାତ କରିଥିଲେ। ଏଥିରେ 14 ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ 26 ଗୋଟି ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କନିଷ୍ଠ ବିଭାଗ, ବରିଷ୍ଠ ବିଭାଗ, ଉଚ୍ଚ ବିଭାଗ ଓ ସର୍ବସାଧାରଣ ବିଭାଗରେ ଛାତ୍ର ଛାତ୍ରୀ ମାନେ ରଚନା, ଚିତ୍ର, ପ୍ରଶ୍ନ ଉତ୍ତର,ଚିତ୍ର କଳା,ଗୀତ, ସୁନ୍ଦର ହସ୍ତାକ୍ଷର, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମଧ୍ୟାହ୍ନ ଭୋଜନ ଚିତ୍ର କଳା ରେ ଅଂଶ ଗ୍ରହଣ କରିଥିଲେ। କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ଲୁକାୟୀତ ପ୍ରତିଭାର ବିକାଶ ପାଇଁ ଅନୁଷ୍ଠିତ ସୁରଭି 2023 କାର୍ଯ୍ୟକ୍ରମ ବେଶ ଚିତ୍ତାକର୍ଷକ ହୋଇଥିଲା । ଏ ବି ଇ ଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ ପ୍ରମୁଖ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ସି ଆର ସି ସି, ଶିକ୍ଷକ,ଶିକ୍ଷୟତ୍ରୀ ଓ କାର୍ଯ୍ୟାଳୟର କର୍ମଚାରୀ ମାନେ ଏଥିରେ ସହଯୋଗ ପ୍ରଦାନ କରିଥିଲେ।