ଧରାକୋଟ 20/10/23
ଧରାକୋଟ ବ୍ଳକର ମୁଣ୍ଡମରାଇ ସ୍ଥିତ ଦେଓ ପାଟଣା ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ କଳା ମହୋତ୍ସବ ପାଳିତ ହୋଇଯାଇଛି । ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗ ରାଜ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ ଓ ଉମା ଚରଣ ପାଣିଗ୍ରାହୀ ଯୋଗଦେଇଥିଲେ । , ଅବସର ପ୍ରାପ୍ତ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ କଳାର ଉତ୍କର୍ଷତା ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।ଉକ୍ତ ଉତ୍ସବରେ 10 ଟି ଇଭେଣ୍ଟ ରେ ନବମ ରୁ ଦ୍ଵାଦଶ ଶ୍ରେଣୀ ରେ ପଢୁ ଥିବା ପ୍ରାୟ 200 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟୀତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ସମସ୍ତ ସି ଆର ସି ସି, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ ପ୍ରଦାନ କରିଥିଲେ।