Tuesday, August 23, 2022
Home*ଡାବୁଗାଁ ଅବକାରୀ ବିଭାଗ ଦ୍ୱାରା ଦେଶୀ ମଦ ଜବତ ଚିକିଲି ଗ୍ରାମର ଜଣେ ଗିରଫ*

*ଡାବୁଗାଁ ଅବକାରୀ ବିଭାଗ ଦ୍ୱାରା ଦେଶୀ ମଦ ଜବତ ଚିକିଲି ଗ୍ରାମର ଜଣେ ଗିରଫ*

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚିକିଲି ଗ୍ରାମର ଆମର ସିଂ ଗୌଡ଼ ଚୋରା ମଦ ବିକ୍ରି କରିବା ଉଦେଶ୍ୟରେ ଏକ ପ୍ଲାଷ୍ଟିକ ଡବାରେ ଧରି ଚିକିଲି ଗ୍ରାମକୁ ଯାଉଥିବା ବେଳେ ଅବକାରୀ କର୍ମଚାରୀ ତାଙ୍କୁ ସନ୍ଦେହ କରି ଧରି ଉକ୍ତ ଡବା ଖୋଲି ଦେଖିଥିଲେ ଯେ ସେହି ଡବାରେ ଦେଶୀ ମଦ ରହିଛି ସଙ୍ଗେ ସଙ୍ଗେ ଅବକାରୀ କର୍ମଚାରୀ ମାନେ ତାଙ୍କୁ ଗିରଫ କରିଥିଲେ | ତାଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରିଛି | ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୨୬/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏଥିରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ଏଏସଆଇ ସୁରେନ୍ଦ୍ର ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋଇ ଓ ସୁରେଖା ଭତରା ପ୍ରମୁଖ ଚଢାଉରେ ସାମିଲ ଥିଲେ |ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!