ଭଞ୍ଜନଗର,୧୮/୧୦ : ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଇଓ ଏସ୍ ଧନଞ୍ଜୟ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାୟକ ଏହାକୁ ଉଦଘାଟନ କରିଥିଲେ। ପରେ କୁଇଜ,ବତ୍କୃତା,ତର୍କ,ଚିତ୍ରାଙ୍କନ,ସଙ୍ଗୀତ,ଦଳଗତ ସାଂସ୍କୃତିକ ନୃତ୍ୟ,ସୁନ୍ଦର ହସ୍ତାକ୍ଷର ଲିଖନ,ପ୍ରବନ୍ଧ ଲିଖନ ଏବଂ ସୃଜନାତ୍ମକ ଲିଖନ ଆଦି ସିନିୟର୍ ,ଜୁନିୟର ଓ ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଳକର ଷୋହଳ ଟି କ୍ଳଷ୍ଟରରୁ କୃତୀ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଅନୁଷ୍ଠିତ ଓଡିଶା ମିଲେଟସ୍ କାର୍ଯ୍ୟକ୍ରମ ଅଧିନରେ ମଧ୍ୟ ବତ୍କୃତା,କୁଇଜ ଓ ପ୍ରବନ୍ଧ ଲିଖନ ଆଦିରେ ମଧ୍ୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଥାନାଧିକାରୀ ଭଗବାନ ପୂଜାରୀ, ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ କୃତିବାସ ବିଶ୍ବାଳ, ଅନୁପମ ବାନାର୍ଜୀ,ଶୂଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ, ବି.ଆର୍.ଟି ଚିନ୍ମୟ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଏବିଇଓ ନେତାଜୀ ବିଷୋୟୀ, ବାସନ୍ତୀ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସେଠୀ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିବା ବେଳେ ବ୍ଳକର ସମସ୍ତ ସି.ଆର୍.ସି.ସି , ଗାଇଡ ଟିଚର,ନିମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଦଳଗତ ସାଂସ୍କୃତିକ ନୃତ୍ୟରେ ବିଞ୍ଜଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ,ଭାଲିଆ ଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ ଓ ଜବାହାର ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଶେଷରେ ସି.ଆର୍.ସି.ସି ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।