ଆଜି କୋଟପାଡ଼ ସ୍ଥିତ ଜମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସୁରଭୀ ଏବଂ ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ କୋଟପାଡ଼ ବ୍ଲକ ଶିକ୍ଷା ଅଧିକାରୀ ତିଳୋତ୍ତମା ଗରୋଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ ଶଙ୍କର ରାଓ,ମୁଖ୍ୟ ବକ୍ତା ପଙ୍କୋଜ କୁମାର ପାତ୍ର,ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ବକ୍ସି,ଏନ୍ ଏ ସି ଉପଢକ୍ଷା ଏମ ସଂତୋଷୀ, ଏ ବି ଇ ଓ ବାଞ୍ଛାନିଧି ହରିଜନ,ଖଗେଶ୍ବର ଗୋଲୋରି,ଶ୍ରୀମତୀ ନଳିନୀ ସାହୁ,ଶ୍ରୀ ମୋହନ ନାୟକ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ,ସଭାପତି ଶ୍ରୀ ମୋହନ ନାୟକ ପ୍ରମୁଖ ଉପସ୍ଥିତ ରହି ସୁରଭୀ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏବଂ ଛୋଟ ଛୋଟ ପିଲା ମାନଙ୍କୁ ଜିଲ୍ଲା ଓ ଓଡ଼ିଶାରେ କିପରି ନିଜର ପ୍ରତିଭା ଦେଖେଇ କୋରାପୁଟ ଓ କୋଟପାଡ଼ ର ଗୌରବ ଆଣି ବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ କୁ ପଙ୍କଜ କୁମାର ମହାନ୍ତି ପରିଚାଳନା କରିଥିଲେ।