ନବରଙ୍ଗପୁର ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ବ୍ଲକ ଶିକ୍ଷା ଅଧକାରୀଙ୍କ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ ମିଲେଟ ପ୍ରତିଯୋଗୀତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ବକୃତା, ସଙ୍ଗୀତ, ସୃଜନଶୀଳ ଲିଖନ, ଶ୍ରୁତଲିଖନ ଓ ସୁନ୍ଦର ହସ୍ତାକ୍ଷର, ମଧ୍ୟାନ୍ନ ଭୋଜନ ଆର୍ଟ, ଭିନ୍ନକ୍ଷମ ଚିତ୍ରାଙ୍କନ, ମିଲେଟ କୁଇଜ, ମିଲେଟ ପ୍ରବନ୍ଧ, ମିଲେଟ ବକୃତା ଓ ନୃତ୍ୟ ଭଳି ମୋଟ ୨୪ ଗୋଟି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗୀତା ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରା ଯାଇଥିଲା | ନୃତ୍ୟରେ ବଡଓଲମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (୧ମ), ଝାଲିଆଗୁଡା ପ୍ରାଥମିକ ବିଦ୍ୟାଳୟ (୨ୟ) ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା | ଏଥିରେ ୧ମ ସ୍ଥାନ ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ର ଜିଲା ସ୍ତରୀୟ ଶିଶୁ ମହୋତ୍ସବ ରେ ଭାଗ ନେବେ | ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ବିଡିଓ ଶରତ ମାଝି, ସମ୍ମାନୀତ ଅତିଥି ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ପୂର୍ବତନ ଜିଲାପରିଷଦ ସଭ୍ୟ ବିଜୟ କୁମାର ବେହେରା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଏଥିରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଭାଗ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମନ୍ତ କୁମାର ପଣ୍ଡା, ଗୁପ୍ତ ପ୍ରସାଦ ନାଗ, ହେମେନ୍ଦ୍ରନାଥ ବେହେରା, ପିଙ୍କି କୁମାରୀ ଗୁପ୍ତା ଓ ଗୀତାଞ୍ଜଳୀ ବସ୍ତିଆ ପ୍ରମୁଖ ପରିଚାଳନା କରିଥିଲେ |ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର