Tuesday, August 23, 2022
Home*ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ନତ କାଣ୍ଡ*

*ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ନତ କାଣ୍ଡ*

ନବରଙ୍ଗପୁର ଡ଼ାବୁଗାଁ ବ୍ଲକ ସଦରମହକୁମା ମୁଖ୍ୟ ରାସ୍ତା କଡ଼ରେ ଥିବା ଜିଓ ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ନତ କାଣ୍ଡ । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେଣି ଅଗ୍ନିଶମ କର୍ମଚାରୀ ଓ ପୋଲିସ | ଦୀର୍ଘ ସମୟ ଧରି ଟାୱାର ଉପରେ ଚଢ଼ି ରହି  ଉତ୍ପାତ ବିହାଇ ଚାଲି ଥିଲେ ଯୁବକ ।  ଡାବୁଗାଁ ଗ୍ରାମର ମାନସ ନାୟକ(୨୫) | ଉଦ୍ଧାର ପାଇଁ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଥିଲେ । ବହୁ ସମୟ ଧରି ଯୁବକ ଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି ଦମକଳ ବିଭାଗ | ଯୁବକ ଜଣକ  ମାତ୍ରାଧିକ ମଦ୍ୟ ପାନ କରି ଏପରି କରିଥିବା ଜଣା ପଡିଛି ।  ମଙ୍ଗଳବାର ଅପରାହ୍ନ ୨ ଘ. ସମୟରେ ୨୪୦ ଫୁଟ ଉଚ୍ଚ ଟାୱାର ଉପରକୁ ଚଢି ଯାଇଥିଲେ | ପୂର୍ବରୁ ମଧ୍ୟ ଯୁବକ ଜଣକ ଗୋଟିଏ ବଡ଼ ଗଛ ଉପରେ ଚଢ଼ି  ଯାଇଥିଲେ ଏବଂ ତାଙ୍କୁ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିଥିଲେ । ସେ ବିବାହ କରିବା ଠାରୁ ପରିବାର ଠାରୁ ଅଲଗା ରହୁଥିଲେ | ସନ୍ଧ୍ୟା ୬ ଘ. ସମୟରେ ଯୁବକ ଜଣଙ୍କ ଟାୱାରରୁ ତଳକୁ ଆସିଥିଲେ | ତଳକୁ ଆସିବା କ୍ଷଣି ପୋଲିସ ତାଙ୍କୁ କାବୁ କରି ଥାନା କୁ ନେଇ ତଦନ୍ତ କରୁଛନ୍ତି | ଘଟଣା ସ୍ଥଳରେ ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଗୋପାଳକୃଷ୍ଣ ହାଲୱା, ସିମାଞ୍ଚଳ ମହାରଣା ଓ ଚନ୍ଦ୍ର ଶେଖର ହଜାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ |ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!