ଦାମନଯୋଡି,୧୭/୧୦:- ନାଲକୋ ପରିଶୋଧନ ପ୍ରକଳ୍ପର ମେକାନିକାଲ ବିଭାଗ ସୁପରିଣ୍ଟେଡେଣ୍ଟ (ଗ୍ରେଡ ୧) ପଞ୍ଚାନନ ପାଣିଗ୍ରାହୀ(୫୯)ଙ୍କର ମଙ୍ଗଳବାର ପରଲୋକ ଘଟିଛି।କିଛିଦିନ ହେବ ସେ ଅସୁସ୍ଥ ହୋଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସୋମବାର ରାତିରେ ଗୁରୁତର ହୋଇପଡ଼ିଥିଲେ ଓ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଥିଲା।ଖବର ପାଇ ତାଙ୍କର କିଛି ସହକର୍ମୀ ସେଠାକୁ ଯାଇ ଶେଷ ଦର୍ଶନ କରିଥିଲେ।ସ୍ବର୍ଗତ ପଞ୍ଚାନନଙ୍କ ମରଶରୀରକୁ ନିଜ ଗ୍ରାମ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଲକ୍ଷ୍ମୀନାରାୟଣପେଟ୍ଟା ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।ପଞ୍ଚାନନଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ଦାମନଯୋଡିର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ସ୍ବର୍ଗତ ପଞ୍ଚାନନ ପାଣିଗ୍ରାହୀ ନାଲକୋରେ ୩୫ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଥିଲେ।