Tuesday, August 23, 2022
Homeମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ

ସାଢେ ଚାରି କୋଟି ଓଡିଆଙ୍କ ମଉଡମଣି ତଥା ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ ପାଳନ ଅବସରରେ  ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ଇ.ବିବେକ ରେଡ୍ଡୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ଡ଼ାଃ. ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ଶ୍ରୀ ସୁବାସ ମହାରଣା, ସମସ୍ତ କର୍ପୋରେଟର, ସର୍ବବର୍ଗୀୟ ବିଜେଡି ନେତୃବୃନ୍ଦ (ମହାନଗର,ଛାତ୍ର, ଯୁବ, ମହିଳା, ସଂଖ୍ୟାଲଘୁ, କୃଷକ ଓ ଶ୍ରମିକ ), କର୍ମୀ, ବୁଦ୍ଧିଜୀବି, ଶିକ୍ଷାବିତ୍ ତଥା ଜନତା ବହୁ ସଂଖ୍ୟାରେ ସ୍ବତଃପ୍ରବୃତ୍ତ ଏକତ୍ରିତ ହୋଇ, ଆଜି ପ୍ରାତଃ ସମୟରେ ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ଦୀପଦାନ କରିବା ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଶ୍ରୀପୟରରେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି, ବିଜିପୁର ପୋଖରୀ ଚତୃପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦନ କରି, ସ୍ଥାନୀୟ ଟାଉନ୍ ହଲ୍ ଠାରେ "ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁ" ତରଫରୁ ଆୟୋଜିତ ଏକ ବୃହତ୍ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ୩୩୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି, ଏଣୁ ମାନ୍ୟବର ବିଧାୟକ ସମସ୍ତ ସ୍ବେଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!