ଗଂଜାମ ଜିଲ୍ଲା ହିଞ୍ଚିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଞ୍ଚୁରୁ ଗ୍ରାମ ବିଜେ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା , ବହୁ ପ୍ରାଚୀନ ଓ ପୁରାତନ କାଳରୁ ଅବସ୍ଥିତ ଏହି ମଠ। ମଠାଧୀଶ ମହନ୍ତ ହରିହର ଦାସ ମହାରାଜା ସେ ଜଣେ ସମାଜସେବୀ ଓ ରାମାଧିନ କଲେଜ୍ ବ୍ରହ୍ମପୁର ର ଅଧ୍ୟାପକ କାର୍ଯ୍ୟରତ ଅଛନ୍ତି। ଜଗନ୍ନାଥ ମଠ ରେ ଆଜି ମହନ୍ତ ରଘୁନାଥ ମହାରାଜା ଜୀ ଙ୍କ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ରେ ଗଂଜାମ ଜିଲ୍ଲା ରୁ ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ଜ୍ଞାନୀ ଗୁଣୀ ଉପସ୍ଥିତ ହୋଇଥିଲେ। ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଶ୍ରୀ ମହନ୍ତ ରାମକୃଷ୍ଣ ଦାସ, ବ୍ରହ୍ମପୁର ଲୋଚାପଡା ଶ୍ରୀ ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ଆସନ୍ତୁ ଶୁଣିବା ମହନ୍ତ ମହାରାଜ କ'ଣ କହିଛନ୍ତି। ଗ୍ରାମ ବାସି ମାନେ ମଧ୍ୟ ଓ ଆଖପାଖ ଅଞ୍ଚଳ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମହୋତ୍ସବ ଯୋଗଦାନ କରିଥିଲେ। ଭଜନ କୀର୍ତ୍ତନ ସହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଗଂଜାମ ଜିଲ୍ଲା