Tuesday, August 23, 2022
Home*ଡାବୁଗାଁରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ୫୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ*

*ଡାବୁଗାଁରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ୫୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ*

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡକ୍ଟର. କମଳ ଲୋଚନ ମିଶ୍ରଙ୍କ ଦ୍ବାରା ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଟିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ବ୍ୟକ୍ତିଗତ ଭାବରେ ୩୨ଏବଂ ଗୋଷ୍ଠିଗତ ୧୯ ଏହିପରି ମୋଟ ୫୧ଗୋଟି ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ସମସ୍ୟା ଉପରେ ଅଭିଯୋଗ ଶୁଣାଣି କରଯାଇଥିଲା। ଗୋଷ୍ଠିଗତ ଭାବରେ ଡାବୁଗାଁ ପଂଚାୟତ ଉମୁରାହାଣ୍ଡି ଗ୍ରାମ ନିକଟରେ ଥିବା ଅଙ୍ଗୀ ନଦୀ ଉପରେ ନୂତନ ପୋଲ ନିର୍ମାଣ ଯଦି ଆଗାମୀ ଦିନରେ ପୋଲ ନିର୍ମାଣ ନହୁଏ ଗ୍ରାମବାସୀ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ ଅବଗତ କରିଥିଲେ। , ସ୍ମାର୍ଟ ବସ ଷ୍ଟାଣ୍ଡ ପରିସରରେ ପ୍ରାଇଭେଟ୍ ବସ ଚଳାଚଳ ପାଇଁ ୟୁନୀୟନ୍ ଘର ନିର୍ମାଣ ପାଇଁ ଦାବୀ ଉପସ୍ଥାପନା, ଡ଼ାବୁଗାଁର ରିବିନୀ ଗୁଡା, ନୁଆଗୁଡ଼ା, ଭେଳୁଆ ଗୁଡା ସାହିରେ ଦୀର୍ଘ ବର୍ଷ ଧରି ଗୋଚର ଜମିରେ ବସବାସ କରି ରହୁଥିବା ଯାହାକି ଆଜି ବସ୍ତି ଯୋଗ୍ୟରେ ପରିଣତି ହୋଇଛି ସେହି ଜମିର ଘରବାରୀ ପଟ୍ଟା ପ୍ରଦାନ,, ଜୁନାପାଣି ପଂଚାୟତ ମାଝୀଗୁଡା ଗ୍ରାମରେ ଆଶା କର୍ମୀ ନିଯୁକ୍ତି, ରାବନା ଗୁଡା ଗ୍ରାମରେ ଡ୍ରେନ୍ , କଂକ୍ରିଟ ରାସ୍ତା ନିର୍ମାଣ ସାଂଗକୁ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ପ୍ରସବ ଗୃହ ନିର୍ମାଣ, ଘୋଡ଼ାଖୁଣ୍ଟା ପଞ୍ଚାୟତର ମସୁଗୁଡ଼ା ଗ୍ରାମରେ ନଳକୂପ ଖନନ ସହିତ ଗ୍ରାମ ଶ୍ମଶାନରେ ବିଶ୍ରାମ ଗୃହ ନିର୍ମାଣ, ବଡ ଓଲମା ଗ୍ରାମ ପଞ୍ଚାୟତର ଆଠ ନମ୍ବର୍ ୱାର୍ଡରେ କୌଣସି ଜଣେ ହିତାଧିକାରୀଙ୍କୁ ପ୍ରଧାମନ୍ତ୍ରୀଙ୍କର ଆବାସ ଘର ନମିଳିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ପ୍ରମୁଖ ଗୋଷ୍ଠିଗତ ସମସ୍ୟା ରହିଥିଲା। ଶେଷରେ ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ଜିଲାପାଳ ୪୪ଜଣ ବିଧବା , ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ୍. ସୁଶ୍ରୀ, ଉପ ଜିଲ୍ଲାପାଳ ପ୍ରକାଶ କୁମର ମିଶ୍ର,, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଡି ସି ପି ଓ ସୁରେଶ ପଟ୍ଟନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଡି. ଏସ. ଦବ୍ଲ୍ୟୁ. ଓପ୍ରେମାଞ୍ଜଳି ପତି, ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଡକ୍ଟର. ରେଶମଲାଲ୍ ନାୟକ, ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବୀସିଂ ନାୟକ, ଡାବୁଗାଁ ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ବିଡିଓ ଶରତ ମାଝୀ, ସି ଡି ପି ଓ ମିନତୀ ଦାଶ, ବନାଅଂଚଳ ଅଧିକାରୀ ତଡିତ କୁମାର ସ୍ବାଇଁ, ବ୍ଲକ୍ ଅତିରିକ୍ତ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସମେତ ଜିଲ୍ଲାର ବହୁ ଉଚ୍ଚ ପଦସ୍ତ ଅଧିକାରୀ ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!