Tuesday, August 23, 2022
Homeପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା ରାଲି ଅନୁଷ୍ଠିତ

ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା ରାଲି ଅନୁଷ୍ଠିତ


 ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା ରାଲି ସହ  ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେଡେଙ୍ଗୁସଚେତନତା କାର୍ଯ୍ୟକ୍ରମ ଯୁବ ରେଡ଼କ୍ରସ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଯୁବ ରେଡ଼କ୍ରସର ପରାମର୍ଶଦାତା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନଙ୍କ ସହଯୋଗରେ ଡେଙ୍ଗୁ ସମ୍ବନ୍ଧୀତ ସ୍ଲୋଗାନ ଦ୍ୱାରା ଛାତ୍ରୀ ମାନେ ଏକ ରାଲି କରିଥିଲେ । ଡେଙ୍ଗୁ ଜ୍ୱର କିପରି ଭାବରେ ଏଡିସ ମଶା ଦ୍ବାରା ସଂକ୍ରମିତ ହେଉଛି , ତାର ଲକ୍ଷଣ ସମ୍ପର୍କରେ ଏବଂ ପରିବେଶର ପରିମଳତା ସମ୍ପର୍କରେ ସ୍ଲୋଗାନ ଦେଇ ସ୍ଥାନୀୟ ଜନ ବସତି ଅଞ୍ଚଳ , ଫ୍ରେଣ୍ଡସ ଲୋଲୋନୀର ସମସ୍ତ ଗଳିରେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରିଥିଲେ ପରେ ଛାତ୍ରୀମାନେ ରାଜରାସ୍ତା ପରିକ୍ରମା କରିଥିଲେ ଡେଙ୍ଗୁ ରୋଗର ଲକ୍ଷଣ ଦେଖାଗଲେ ତୁରନ୍ତ ନିଦାନ ପାଇଁ ରକ୍ତ ପରୀକ୍ଷା ମଧ୍ୟ କରିବା ପାଇଁ ଛାତ୍ରୀ ମାନେ ସେମାନଙ୍କ ସ୍ଲୋଗାନ ରେ ସଚେତନ ବାର୍ତ୍ତା ପ୍ରଚାର କରିଥିଲେ । ଏହିକାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!