ନବରଙ୍ଗପୁର:- ଡାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡା ନଦୀ ନିକଟରେ ହେଉଥିବା ବଜାର କମେଟିର ମାର୍କେଟ କମ୍ପ୍ଲେକ୍ସର କାମ ସମ୍ପୂର୍ଣ୍ଣ ନିମ୍ନ ମାନରେ ହେଉଛି,ପାଚେରୀ ଗୁଡିକ ଗୋଟିଏ ଫୁଟ ଗାତ କରି ତରବରିଆ ଭାବରେ କରିବା ସହ ନିମ୍ନମାନର ସିମେଣ୍ଟ,ଲୁହାରେ କୋଠା କାମ ଆରମ୍ଭ ହୋଇଥିବା ବେଳେ ଏହି କାମ ର ସୂଚନାକୁ ଲୁଚେଇବାକୁ ଉଦ୍ୟମ କରୁଛନ୍ତି ପ୍ରଶାସନିକ ଅଧିକାରୀ ଓ ଠିକାଦାର। ସରକାରୀ ନିୟମ ପ୍ରକାରେ ସରକାର ଖର୍ଚ୍ଚରେ ହେଉଥିବା ଯେ କୌଣସି କାମର ସମ୍ପୂର୍ଣ୍ଣ ସୂଚନା ଜେଭଳିକି ଅର୍ଥରାଶି ଅନୁଦାନ , ସରକାର ଦ୍ୱାରା ଦିଆ ଯାଇଥିବା କାର୍ଯ୍ୟରମ୍ଭ ର ତାରିଖ ଓ କାର୍ଯ୍ୟଶେଷର ତାରିଖ କୁ ଏକ ସ୍ୱତନ୍ତ୍ର ସୂଚନାଫଳକ ତିଆରି କରି ଉଲ୍ଲେଖ କରିବା ନିହାତି ଜରୁରୀ ଅଟେ। କିନ୍ତୁ ସଠିକ ତଥ୍ୟ କୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ। ଜାଣିଶୁଣି ବିନା ସୂଚନାଫଳକ ରେ ବେଆଇନ କାର୍ଯ୍ୟ କରାଯାଇଛି । ଏନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି,କାହା ସ୍ୱାର୍ଥରେ ଏଭଳି ନିମ୍ନ ମାନର କାମ ଚାଲିଛି ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଡାବୁଗାଁ ସଦର ମହକୁମା ରୁ ମାତ୍ର କିଛି କିଲୋମିଟର ଦୂରରେ ଏଭଳି ଅନିୟମିତତା ହେବା ନିଶ୍ଚିତ ସରକାରୀ ପଇସାର ହରିଲୁଟ ହେଉଛି।ଖାଲି ଡାବୁଗାଁ ନୁହଁ ଜିଲ୍ଲାର ବିଭିନ୍ନ ବ୍ଲକରେ RMC ଦ୍ୱାରା ନିର୍ମାଣ ହେଉଥିବା ସମସ୍ତ ଉନ୍ନତି ମୂଳକ କାମ ଗୋଟିଏ ଠିକାଦାରକୁ RMC ଦ୍ୱାରା ଦେବା ସନ୍ଧେହକୁ ଆହୁରି ବଡାଉଛି।ଏହା ଛଡା ସରାଗୁଡା ନଦୀ ନିକଟରେ ହେଉଥିବା କାମ ଚାଲିଥିବାରୁ ବିନା ରୟେଲଟିରେ କାମ ପାଇଁ ରାତିରେ ପ୍ରାୟ ସବୁଦିନ ବାଲି ଚରା ଚାଲାଣ ହେଉଛି । ଗ୍ରାମବାସୀ ବିରଧ କରୁଛନ୍ତି ଏବଂ ଡାବୁଗାଁ ତହସିଲଦାର ଙ୍କୁ ମଧ୍ୟ ଏବିଷୟରେ ଜଣାଇଥିବା ସୂଚନାମିଳିଛି ।ଏହି ଘଟଣାର ଜିଲ୍ଲାସ୍ତରୀୟ ତଦନ୍ତ ହେବା ଦରକାର।