Tuesday, August 23, 2022
Homeଶାଳ କାଠ ଗଣ୍ଡି ଜବତ, ୧ ଗିରଫ

ଶାଳ କାଠ ଗଣ୍ଡି ଜବତ, ୧ ଗିରଫ

ନବରଙ୍ଗପୁର:-ଡାବୁଗାଁ ବନ ବିଭାଗ ଶାଳ କାଠ ଗଣ୍ଡି ଜବତ କରିବା ସହ ୧ ଜଣ ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଶୁକ୍ରବାର ରାତିରେ ଡାବୁଗାଁ ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ବିଳମ୍ବିତ ରାତ୍ରିରେ  ଡାବୁଗାଁ ସେକସନ ଅଧୀନ ମେଣ୍ଡ୍ରା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ  ଏକ ଟ୍ରାକ୍ଟର ଗାଡି ବାହାରୁଥିବା ଦେଖିବାକୁ ପାଇଥିଲେ | ପରେ ସନ୍ଧେହ ହେବାରୁ ଗାଡିଟିକୁ ଅଟକାଇ ଦେଖିଥିଲେ ଯେ ସେଥିରେ ଶାଳ କାଠ ଗଣ୍ଡି ରହିଛି | ସଙ୍ଗେ ସଙ୍ଗେ  ବନ କର୍ମଚାରୀ ମାନେ  ଉକ୍ତ ଟ୍ରାକ୍ଟର ଡ୍ରାଇଭରକୁ ଧରିଥିଲେ | ଡ୍ରାଇଭର ଠାରୁ  ୧ ଟି ଟାଙ୍ଗିଆ,  ଟ୍ରାକ୍ଟର ଗାଡି ନଂ ସିଜି ୦୪ କେଜେଡ ୮୫୭୩  ଓ ଟ୍ରାକ୍ଟର ଡାଲା ନଂ ଓଡି ୦୭ ଏନ ୯୦୩୬ ଏବଂ ୬ ଫୁଟ ଲମ୍ବା ଓ ୩/୪ ଫୁଟ ଗୋଲେଇ ର ୪ ଟି ଶାଳ କାଠ ଗଣ୍ଡି  ଜବତ କରାଯାଇଛି | ଅଭିଯୁକ୍ତ ଡ୍ରାଇଭର ମେଣ୍ଡ୍ରା ଗ୍ରାମର ବୈଦନାଥ ବିଶୋୟୀ (୨୯) ଙ୍କୁ ଗିରଫ କରାଯାଇ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୧୨୭/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ କାଠର ଆନୁମାନିକ ସରକାରୀ ମୂଲ୍ୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ତଡିତ ସ୍ଵାଇଁ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ, ଇତିଶ୍ରୀ ମହାନ୍ତି, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ମନୋରଞ୍ଜନ ନାୟକ, ପାରା ଷ୍ଟାଫ ପ୍ରମୁଖ ସାମିଲ ଥିଲେ |

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!