Tuesday, August 23, 2022
Homeସୁପ୍ତ ଅର୍ନ୍ତନିହିତ ପ୍ରତିଭାର ବିକାଶ ପାଇଁ ବିଜ୍ଞାନ ମେଳା ଅପରିହାର୍ଯ୍ୟ

ସୁପ୍ତ ଅର୍ନ୍ତନିହିତ ପ୍ରତିଭାର ବିକାଶ ପାଇଁ ବିଜ୍ଞାନ ମେଳା ଅପରିହାର୍ଯ୍ୟ

ବଡ଼ସାହି 16/10      ପବିତ୍ର ମହାଳୟା ଅବସରରେ ଉତ୍କଳ ଶିକ୍ଷା ପରିଷଦ ମାର୍ଗଦର୍ଶନରେ ବାଣୀପୀଠ ଦ୍ୱାରା ପରିଚାଳିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୩ତମ ବିଜ୍ଞାନ ମେଳା ଓ ଓଡ଼ିଆ ଲେଖକ ପରିଷଦ, ଆମ ସୁନାଚାନ୍ଦ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ ଓ ରାଷ୍ଟ୍ରଭାଷା ସାହିତ୍ୟ ସଂସ୍କୃତି ଆକାଦମୀଙ୍କ ମିଳିତ ଆନୁକୂଲ୍ୟରେ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ଵ କରିଥିଲେ ମାଆ ନିଶାମଣି ରାଉତ । ମୁଖ୍ୟଅତିଥି ଭାବେ ଆଶୁକବି ବାସୁଦେବ ନାପିତ ଯୋଗଦାନ କରି ଶାରଦୀୟ କବିତା ସଂସାରର ସବୁ ବର୍ଗର ଜନସାଧାରଣଙ୍କୁ ବିମହିତ କରିଥାଏ ଏବଂ ସାହିତ୍ୟ ଓ ବିଜ୍ଞାନର ସଂପର୍କ ଖୁବ ନିବିଡ଼ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ କବି ନିରୋଦ ସୁନ୍ଦର ଜେନା ଓ ସମ୍ମାନୀତ ଅତିଥି ଭାବେ କବି ରତିକାନ୍ତ ବେହେରା, ପ୍ରଦୀପ କୁମାର ଜେନା, ବ୍ରହ୍ମାନନ୍ଦ ବେହେରା, ପର୍ଶୁରାମ ସାହୁ ଓ ଲୋକନାଥ ମହାନ୍ତ ଯୋଗଦାନ କରି କବିର କବିତା ଯୁଗେ ଯୁଗେ ମହାନ ବୋଲି ଅଭିହିତ କରିଥିଲେ। କବିତା ସଂଯୋଜନା କବି ଶିବଶଙ୍କର ଭୂୟାଁ କରିଥିବାବେଳେ କବି କାର୍ତ୍ତିକ ସେଠୀ ମଞ୍ଚ ପରିଚାଳନା କରିଥିଲେ ।
         ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଦିବା ୧୦ ଘଟିକାରୁ ଆରମ୍ଭ ହୋଇଥିଲା । ଏଥିରେ ବଡ଼ସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଗୁରୁଜୀ ବେଣୁଧର ବେହେରା, ମନୋଜ ମହାନ୍ତ, ଶର୍ମିଷ୍ଠା ମହାନ୍ତ, ପ୍ରତାପପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଗୁରୁମା ଦିପ୍ତିରେଖା ମହାକୁଡ଼, ବର୍ଷା ବିନ୍ଧାଣୀ, ସାନବେଲାକୁଟି ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଗୁରୁଜୀ ଭବେନ୍ଦ୍ର ପାତ୍ର, ସୁଜାତା କର ଓ ବିବେକାନନ୍ଦ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଗୁରୁମା ସନାକ୍ସି ଦଣ୍ଡପାଟ, ମଧୁସ୍ମିତା ବାରିକ ପରିଚାଳନା କରିଥିଲେ। ବିଜ୍ଞାନ ପର୍ଯ୍ୟବେକ୍ଷକ ଭାବେ ବିଜ୍ଞାନ ଶିକ୍ଷକ ଦେବରାଜ ନାୟକ ଓ ରଣଜିତ ମହାନ୍ତି ଯୋଗଦାନ କରିଥିଲେ ।  ଚାରୋଟି ବର୍ଗରେ ୧୫୫ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା। ଆପରାହ୍ନରେ ଅନୁଷ୍ଠାନର ସହ ସଂପାଦକ ସମ୍ବିତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରି ପିଲାମାନଙ୍କ ଭିତରେ ଥିବା ସୁପ୍ତ ଅର୍ନ୍ତନିହିତ ପ୍ରତିଭାର ବିକାଶ ପାଇଁ ବିଜ୍ଞାନ ମେଳା ଅପରିହାର୍ଯ୍ୟ ବୋଲି ମତ ବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରଫେସର ଡକ୍ଟର ସରୋଜ କୁମାର ନାୟକ, ସ୍ଵତନ୍ତ୍ର ଅତିଥିଭାବେ ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସଂପାଦକ ଯୋଗେନ୍ଦ୍ର ଦାଶ, ସମ୍ମାନିତ ଅତିଥି ଭାବେ ଭୂତପୂର୍ବ ଜିଲ୍ଲା ବିଜ୍ଞାନ ପରିଦର୍ଶକ ତଥା ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଓ ସମ୍ମାନିତ ବକ୍ତା ଭାବେ ଦୀପକ କୁମାର ଦାସ, ଜାହ୍ନବୀ ଦଣ୍ଡପାଟ ଓ ସଂଯୁକ୍ତା ଦାସ ଯୋଗଦାନ କରି ବିଜ୍ଞାନର ଅଭୂତପୂର୍ବ ସଫଳତାର ଜୟ ଜୟ ଗାନ କରିଥିଲେ । ଅତିଥିମାନଙ୍କ ଦ୍ଵାରା ମାସିକ ଶିଶୁ କିଶୋର ପତ୍ରିକା ଆମ ସୁନାଚାନ୍ଦର ପୂଜା ସଂଖ୍ୟା ଉନ୍ମୋଚିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର କୁମାର ବାବୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମର ଅଭିମୁଖ୍ୟ ସଂପର୍କରେ ପ୍ରଧାନ ଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ ସୂଚନା ପ୍ରଦାନ କରିଥିଲେ। ଅତୁଲ୍ୟ ସୁନ୍ଦର ଭଞ୍ଜବାବୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶାନ୍ତିପ୍ରବୀର ରାଉତ ଅନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!