Tuesday, August 23, 2022
Homeପାରେଙ୍ଗା ପରଜା ସଂପ୍ରଦାୟର ଦ୍ବାରା ୧୦ ଦଫା ଦାବି ପ୍ରଦାନ

ପାରେଙ୍ଗା ପରଜା ସଂପ୍ରଦାୟର ଦ୍ବାରା ୧୦ ଦଫା ଦାବି ପ୍ରଦାନ

ମାଲକାନଗିରି । ତା:16/10
ମାଲକାନଗିରି ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ସଭାପତି ଘେନୁ ମୁଦୁଲି ଙ୍କ ନେତୃତ୍ବରେ ୧୦ ଦଫା ଦାବି ସ୍ଥାନୀୟ ଜିଲ୍ଲା ପ୍ରଶାସନର ମାଧ୍ୟମରେ ପ୍ରଦାନ କରାଯାଇଛି।
ମାଲକାନଗିରି ଜିଲ୍ଲାର ଶତାଧିକ କର୍ମକର୍ତ୍ତାଙ୍କୁ ନେଇ ପରଜା ଭାଷା ସଂସ୍କୃତି, ପରମ୍ପରା ଓ ପରଜା ଜାତିକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଆଜି ସମାଜ ତରଫରୁ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଳା ପରଜା ସମାଜ ପୂର୍ବରୁ ଅନେକ ମୌଳିକ ଦାବି  ଜଣାଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହାର କିଛି ସୁଫଳ ପାଇପାରି ନାହାନ୍ତି ।  ଜମି, ଜଳ, ଜଙ୍ଗଲ, ସ୍ବାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସମସ୍ୟା ଗୁଡିକ ଜିଲ୍ଲାରେ ଲାଗି ରହିଥିବାରୁ ସବୁ ସମୟରେ ଜିଲ୍ଲାର ପରଜା ସମ୍ପ୍ରଦାୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟା ସମ୍ବନ୍ଧରେ ବହୁବାର ସ୍ଥାନୀୟ ଜନ ପ୍ରତିନିଧି, ସ୍ଥାନୀୟ ପ୍ରଶାସନଙ୍କ ସମେତ ବହୁ ମନ୍ତ୍ରୀ ଆସି ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଯାଇଥିଲେ ସୁଦ୍ଧା ସେ ସମସ୍ତ ପ୍ରତିଶ୍ରୁତି ଆଜିଯାଏଁ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ତେଣୁ ଆଜି ପୁନର୍ବାର ପରଜା ସମାଜ ପକ୍ଷରୁ ୧୦ଦଫା ଦାବି  ପୁରଣ ନିମନ୍ତେ  ରାଜରାସ୍ତାରେ ଶହ ଶହ ପରଜା ସମାଜର ଲୋକ ଏକ ବଡ଼ ଧରଣର ପଦ ଯାତ୍ରା କରି ଦାବି ଗୁଡିକ ଉପରେ  ପଦକ୍ଷେପ ଗ୍ରହଣ କରିବାକୁ ଦାବି ରଖିଥିଲେ। ଦାବି ଗୁଡିକ ହେଲା ପାରେଙ୍ଗା ପରଜା ଭାଷାରେ ଶିକ୍ଷାଦାନ ଓ ଶିକ୍ଷକ ନିଯୁକ୍ତି କରାଯାଉ ,ଲୋପ ପାଇ ଯାଉଥିବା ପାରେଙ୍ଗା ପରଜା ଭାଷା ଓ ସଂସ୍କୃତିର ପୁନରୁଦ୍ଧାର ଓ ସରକାରୀ ମାନ୍ୟତା ପ୍ରଦାନ, ସର୍ବାଙ୍ଗୀନ ଉନ୍ନତି ପାଇଁ ପାରେଙ୍ଗା ପରଜା ପ୍ରକଳ୍ପ ସ୍ଥାପନ କରାଯାଉ, ଆଦିମ ପାରେଙ୍ଗା ପରଜା ଭାଷାକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ଜିଲ୍ଲାରେ ନିର୍ମାଣ କରାଯାଉ ଓ ପାରେଙ୍ଗା ପରକା ଜନଜାତିଙ୍କ କୃଷି କ୍ଷେତ୍ରକୁ ଜଳସେଚନର ସୁବିଧା ପ୍ରଦାନ କରାଯାଉ , ବିସ୍ଥାପିତ ପରଜା ପରିବାର ବର୍ଗଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯାଉ,ଅଣ ଆଦିବାସୀମାନେ ଆଦିବାସୀ ଜାତି ପ୍ରମାଣପତ୍ର ହାତେଇ ନାନା ସରକାରୀ ସୁବିଧା ସୁଯୋଗ ହାତେଉ ଥିବା ବେଳେ ଆଦିବାସୀ ପ୍ରମାଣ ଦେବା ପୂର୍ବରୁ ଉକ୍ତ ସଂପ୍ରଦାୟର ସଭାପତିଙ୍କ ସୁପାରିଶ ନେବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!