କାଲିମେଳା, 15.10 ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ୍ ଲୁଗେଲ୍ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଡ. ବି ଆର୍ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୁଗେଲ ବିଦ୍ୟାଲୟର ପ୍ରଧାନ ଶିକ୍ଷକ ତପନ କୁମାର ବାଇନ ଙ୍କ ପ୍ରତ୍ୟେକ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ମୂଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଅନ୍ୟ ଅତିଥି ରୂପେ ଅଞ୍ଚଳର ସମାଜ ସେବୀ ଡ ଉତ୍ତମ ମଲ୍ଲିକ,Mpv - ୮୨ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାବରିଶ ଦାସ, ଆନନ୍ଦ ଢାଲି , ରବୀନ୍ଦ୍ର ନାଥ ମଣ୍ଡଳ, ଲୁଗେଲ ସରପଞ୍ଚ ବୋଜା ସୋଡି ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ସଭାପତି ଭାବେ କାଳିମେଳା ଗୋଷ୍ଠି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରୋଇ ରହିଥିବା ବେଳେ ସଭା ପରିଚାଳନା ଏମ୍ ଭି ୮୮ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସର୍ଦ୍ଦାର କରିଥିଲେ । ଶେଷରେ ଶିକ୍ଷକ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।I ଅତିଥିମାନେ ପ୍ରଥମେ ଡଃ ଆମ୍ବେଦକରଙ୍କ ପ୍ରତିମୂତ୍ତି ଉନ୍ମୋଚନ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିମୂର୍ତ୍ତୀ ସ୍ଥାପନ ହେବା ପରେ ବିଦ୍ୟାଳୟ ର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକ ତଥା ଅନ୍ୟନ୍ୟ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିବା ସହିତ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଲନା କମିଟିକୁ କୃତଜ୍ଞତା ଜ୍ଞାପନ କରିଛନ୍ତି l