Tuesday, August 23, 2022
Homeମୋ ସେବା କେନ୍ଦ୍ର ପରିଚାଳକଙ୍କ ଦାବୀ ପତ୍ର ପ୍ରଦାନ ....................................

ମୋ ସେବା କେନ୍ଦ୍ର ପରିଚାଳକଙ୍କ ଦାବୀ ପତ୍ର ପ୍ରଦାନ ....................................

ଧରାକୋଟ,14/10/23
ଧରାକୋଟ ବ୍ଲକର 18 ଗୋଟି ପଞ୍ଚାୟତ ରେ କାର୍ଯ୍ୟରତ ମୋ ସେବା କେନ୍ଦ୍ର ର ପରିଚାଳକ ମାନେ ଆଜି ସାତ ଦଫା ଦାବି ସମ୍ବଳିତ ପତ୍ର ବି ଡି ଓ ଡେନିସ ବେହେରା ଓ ତହସିଲଦାର କବିରାଜ ପ୍ରଧାନ ଙ୍କୁ ପ୍ରଦାନ କରିଛନ୍ତି । ବ୍ଲକ ସଭାପତି ପ୍ରଦୀପ କୁମାର ସାହୁ,ଉପ ସଭାପତି ମନୋଜ କୁମାର ପ୍ରଧାନ,ସମ୍ପାଦକ ରିଲୁ ଚୌଧୁରୀ ଓ ବରିଷ୍ଠ ସଭ୍ୟ ଗୋପବନ୍ଧୁ ଗୌଡ଼ ପ୍ରମୁଖ ଆଜି ସୀଙ୍ଗିଲ ୱିଣ୍ଡୋ ପ୍ରକ୍ରିୟାରେ ମୋ ସେବା କେନ୍ଦ୍ର ମାଧ୍ୟମରେ ସମସ୍ତ ପ୍ରକାର ସରକାରୀ ସୁବିଧା ଉପଲବ୍ଧ କରାଇବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସଂପ୍ରତି ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏହି ଘୋଷଣା କାର୍ଯ୍ୟକାରୀ ହେଲେ ମୋ ସେବା କେନ୍ଦ୍ର ପରିଚାଳକଙ୍କ ପାଇଁ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି। ଏଣୁ  ମୋ ସେବା କେନ୍ଦ୍ର ମାଧ୍ୟମରେ ସି ଏସ ପି+ କୁ ଜଡ଼ିତ କରିବା ପାଇଁ ପରିଚାଳକ ମାନେ ଦାବୀ କରିଥିଲେ। ପ୍ରକାଶ ଯୋଗ୍ୟ ଗତ ତିନି ବର୍ଷ ପୂର୍ବରୁ ପ୍ରତି ପଞ୍ଚାୟତ ରେ ମୋ ସେବା କେନ୍ଦ୍ର କାର୍ଯ୍ୟକରି ଲୋକଙ୍କୁ ସମସ୍ତ ସରକାରୀ ସେବା ସୁବିଧାରେ ଯୋଗାଇ ଆସୁଛି । ଅନ୍ୟ ପକ୍ଷରେ ମୋ ସେବା କେନ୍ଦ୍ର ମଧ୍ୟ 5t ଅଧିନରେ ରହିଛି । ଏଣୁ ସରକାର ତୁରନ୍ତ ଏହାର ସୁବିଚାର କରିବା ପାଇଁ ଦାବୀ ହେଉଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!