Tuesday, August 23, 2022
Homeନାଲକୋ ମାଇନ୍ସ ପକ୍ଷରୁ ସ୍ବଚ୍ଛତା ସଚେତନତା

ନାଲକୋ ମାଇନ୍ସ ପକ୍ଷରୁ ସ୍ବଚ୍ଛତା ସଚେତନତା

ଦାମନଯୋଡି,୧୩/୧୦: ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ ପ୍ରକଳ୍ପ ପଞ୍ଚପଟ୍ଟ ମାଳି ମାଇନ୍ସ ତରଫରୁ ଅକ୍ଟୋବର ଦୁଇ ତାରିଖରୁ ନଭେମ୍ବର ଦୁଇ ତାରିଖ ମାସେବ୍ଯାପୀ ସ୍ବତନ୍ତ୍ର ସ୍ବଚ୍ଛତା କାର୍ଯ୍ୟକ୍ରମ ଚାଲୁରହିଛି।ସ୍ବଚ୍ଛତା କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଚିତ୍ରାଙ୍କନ, ସ୍ଳୋଗାନ ଆଦି ପ୍ରତିଯୋଗିତାମାନ ଚାଲୁ ରହିଛି ।ଆଜି ଲିଟିଗୁଡା ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟରେ ନାଲକୋ ମାଇନ୍ସ ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମର ଅଂଶ ବିଶେଷ ସଚେତନତା ସଭା ,ପଥପ୍ରାନ୍ତ ଶୋଭାଯାତ୍ରା ଓ ପିଲାମାନଙ୍କ ମଧ୍ଯରେ ହୋଇଥିବା ଚିତ୍ରାଙ୍କନ ଓ ସ୍ଳୋଗାନ ପ୍ରତିଯୋଗିତାରେ ବିବେଚିତ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ଆଦର୍ଶ ଥାନା ଆଇ ଆଇ ସି ପ୍ରମୋଦ କୁମାର ନାୟକ,ମାଇନ୍ସ ମାନବ ସମ୍ବଳ ବିଭାଗ ମହାପ୍ରବନ୍ଧକ ପ୍ରସନ୍ନ କୁମାର ସାହୁ,ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ସମୀର କୁମାର ପଟ୍ଟନାୟକ ଓ ମାନବସମ୍ବଳ ବିଭାଗର କର୍ମଚାରୀ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।ପିଲାମାନେ ସ୍ବଚ୍ଛତାର ନାରାଦେଇ ଫଳକ ପ୍ରଦର୍ଶନ କରି ସହର ପରିକ୍ରମା କରି ସଚେତନତାର ବାର୍ତ୍ତା ପ୍ରସାର କରିଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାରେ ରଶ୍ମି ଭୋଇ,ସୋନାଲି ବିଷୋୟୀ,ସୁନୀତା ଜାନୀ ଯଥା କ୍ରମେ ପ୍ରଥମ,ଦ୍ବିତୀୟ,ତୃତୀୟ ପୁରସ୍କାର ପାଇବା ସହିତ ସ୍ଳୋଗାନରେ ଦେବୀ ମାଝି,କାମିନୀ ସିରିକା,ସୁମତି ତୋଟାପାଡିଆ ପ୍ରଥମ,ଦ୍ବିତୀୟ,ତୃତୀୟ ପୁରସ୍କାର ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ ।ଶିକ୍ଷକ କୃଷ୍ଣ ମୋହନ ପଟ୍ଟନାୟକ,ଅବନୀ ଗରଡା,ଶିକ୍ଷୟିତ୍ରୀ ଜୟନ୍ତୀକା ପରିଡା,ସୁଶ୍ରୀ ସଙ୍ଗୀତା ପାଢୀ,ଅବସରପ୍ରାପ୍ତ ଶିକ୍ଷକ,ସାମ୍ବାଦିକ ନଳିନୀକାନ୍ତ ସେନାପତି କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ସାହାଯ୍ଯ ଓ ସହଯୋଗ କରିଥିଲେ ।ଡଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାଉ ସ୍ବାଗତ ସମ୍ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!