Tuesday, August 23, 2022
Homeକର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ କର୍ମଶାଳା

କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ କର୍ମଶାଳା

ଭଞ୍ଜନଗର,୧୩/୧୦ : ତାଲୁକ ଆଇନ ସେବା କମିଟି ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ                କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବରିଷ୍ଠ ଦେୱ।ନୀ ଜଜ୍ ସୋମାଲିନ ମିଶ୍ର, ଏସଡିଜେଏମ ଅମିତ କୁମାର, ଜେ.ମ୍.ଏଫ.ସି. ସନ୍ଧ୍ୟା ସୁଚରିତା, ତାଲୁକ କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।କର୍ମଶାଳାରେ ଯୌନ ନିର୍ଯାତନା ଅଧିନିୟମ ବାବଦରେ ଆଲୋକପାତ କରାଯାଇଥିଲା । ଭାରତର ସମ୍ବିଧାନର ଧାରା ୧୪,୧୫ ଅନୁଯାୟୀ ମହିଳାଙ୍କ ସମାନତାର ମୌଳିକ ଅଧିକାର ଓ ଧାରା ୨୧ ଅନୁଯାୟୀ ସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାରର ଉଲଂଘନକୁ ରୋକିଥାଏ । ଏହି ଅଧିନିୟମ ଅନୁଯାୟୀ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାର ଆଇନଗତ ଆବଶ୍ୟକତା ରହିଛି । ମହିଳାମାନେ ସର୍ବସଧାରଣ କିମ୍ବା ବେସରକାରୀ ସ୍ଥାନରେ ସମସ୍ତ କାର୍ଯ୍ୟାସ୍ଥାନରେ ଯୌନ ଉତ୍ପୀଡ଼ନରୁ ସୁରକ୍ଷିତ ରହିବେ । ଲିଙ୍ଗଗତ ସମାନତା, ଜୀବନ ଏବଂ କାର୍ଯ୍ୟ କ୍ଷେତ୍ରରେ ସମାନତା ପାଇଁ ସେମାନଙ୍କର ଅଧିକାର ହାସଲ କରିବାରେ ଏହା ସହାୟକ ହେବ । ଫଳସ୍ୱରୂପ ସେମାନଙ୍କର ଅର୍ଥନୈତିକ ଶସକ୍ତିକରଣରେ ଅଭିବୃଦ୍ଧି ହେବ।ଯାହାକି ଏକ ସୁସ୍ଥ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ଗଣ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଅଳକା ମଞ୍ଜରୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ବାର୍ଡର ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!