Tuesday, August 23, 2022
Homeଜନ ସମ୍ପର୍କ ପଦଯାତ୍ରା ର ଅନ୍ତିମ ଯାତ୍ରା

ଜନ ସମ୍ପର୍କ ପଦଯାତ୍ରା ର ଅନ୍ତିମ ଯାତ୍ରା

ଆଜି ହିଞ୍ଜିଳିକାଟୁ ପୌର ପରିଷଦ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ର ଅନ୍ତିମ ଯାତ୍ରା ହୋଇଯାଇଛି l ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଅକ୍ଟୋବର ୨ରୁ ୧୧ପଦଯାତ୍ରା କରି ଘରେ ଘରେ ବାର୍ତା ପହଞ୍ଚାଓ ଏହି ପରିପ୍ରେକ୍ଷୀରେ ଆଜି ଅନ୍ତିମ ଦିନରେ ହିଞ୍ଜିଳିକାଟୁ ବିଜେଡ଼ି ସଭାପତି ଭୀମସେନ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଜନସମ୍ପର୍କ ପଦଯାତ୍ରା l ଏହି କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ପୌର ପରିଷଦର ୧ନମ୍ବର ୨ନମ୍ବର ୩ଓ ୪ନମ୍ବର ୱାର୍ଡ଼ ରେ ପଦ ଯାତ୍ରା କରି ନବିନ ସରକାର୍ ଙ୍କ ବିକାଶ ମୂଳକ ଯୋଜନାକୁ ଘରେ ଘରେ ବାଣ୍ଟିଥିଲେ l ଏଥିରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଶରତ ମହାପାତ୍ର,ଗ୍ରୀଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ଦେବାନନ୍ଦ ମହାପାତ୍ର ଓ ଶିବରାମ ଗୌଡ଼, ପୌର ପରିଷଦର ଅଧ୍ୟକ୍ଷ ସୁବାସ ପଲେଇ, ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଜିଲ୍ଲା ସମ୍ପାଦକ ଅଜୟ ମହାରଣା, ପ୍ରଦୀପ ପଣ୍ଡା, ଏବଂ ଯୁବ ବିଜେଡ଼ି ଛାତ୍ର ବିଜେଡ଼ି ଓ ମହିଳା ବିଜେଡ଼ି ର ସମସ୍ତ କାର୍ଯ୍ୟ କର୍ତା ଯୋଗ ଦେଇଥିଲେ l ଏଥିରେ ସମସ୍ତ ଙ୍କ ଗୋଟିଏ ବାର୍ତା ଥିଲା ଆସନ୍ତା ନିର୍ବାଚନ ରେ ଆମ ହିଞ୍ଜିଳି ମାଟି ରୁ ନବୀନ ପଟ୍ଟନାୟକ ଙ୍କୁ ଅଧିକ ରୁ ଅଧିକ ଭୋଟ ରେ ଜିତାଇବା l ଏହିପରି କାର୍ଯ୍ୟକ୍ରମ ଦେଖି ହିଞ୍ଜିଳିକାଟୁ ପୌର ପରିଷଦ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲା l 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!