Tuesday, August 23, 2022
Homeଗୋଷାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗର ପ୍ରଥମ ଲାଇନ୍ ରେ ଘଟିଛି ନିର୍ମମ ହତ୍ୟା କାଣ୍ଡ

ଗୋଷାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗର ପ୍ରଥମ ଲାଇନ୍ ରେ ଘଟିଛି ନିର୍ମମ ହତ୍ୟା କାଣ୍ଡ

ବ୍ରହ୍ମପୁର, ଗୋଷାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗର ପ୍ରଥମ ଲାଇନ୍ ରେ ଘଟିଛି ନିର୍ମମ ହତ୍ୟା କାଣ୍ଡ।ଶେଷ ଫୋନ କଲ୍ ବେଳେ ମହିଳା ଙ୍କୁ ପଛପଟୁ ଆକ୍ରମଣ କରିଛି ନିଜ ଡ଼୍ରାଇଭର କାରଣ ଅସ୍ପଷ୍ଟ ରହିଛି।ମହିଳାଙ୍କୁ ପଛପଟୁ ଆକ୍ରମଣ କଲା ନିଜ ଡ଼୍ରାଇଭର ଟଳି ପଡିଲେ ମହିଳା।ବ୍ରହ୍ମପୁର ନୀଳକଣ୍ଠ ନଗର ପ୍ରଥମ ଲାଇନ୍ ଶିଶୁ କଲ୍ୟାଣ ସମିତି ସଦସ୍ୟା ଶ୍ରୀମତୀ ସୌଦାମିନୀ ରଥ କୁ ବିଳମ୍ବିତ ରାତି ରେ ହତ୍ୟା କରାଯାଇଛି।ସୌଦାମିନୀ ଭୁବନେଶ୍ୱର ରୁ ଫେରି ଘରେ ପହଞ୍ଚି ଘର ଭିତରେ ଫୋନରେ କଥା ହେଉଥିବା ବେଳେ  ତାଙ୍କ ଡ଼୍ରାଇଭର ଲୁହା କଟା ହେଉଥିବା କଟୁରୀ ରେ ଆକ୍ରମଣ କରି ହତ୍ୟା କରିଛି।ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗୋଷାଣୀ ନୂଆଁ ଗାଁ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିବା ଜଣାପଡିଛି।ଚୋରି କରିବା ଉଦ୍ଦେଶ୍ୟରେ ଆସିଥିବା ବେଳେ ହତ୍ୟାକାଣ୍ଡ କରାଯାଇଛି ବୋଲି ତାଙ୍କ ସମ୍ପର୍କୀୟ ମାନେ ଅନୁମାନ କରି କହିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!