Tuesday, August 23, 2022
Homeବାହାରପୁର ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କଲେ ବି ଡି ଓ

ବାହାରପୁର ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କଲେ ବି ଡି ଓ

ଧରାକୋଟ,13/10/23
ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତ ମଧ୍ୟରୁ ବାହାର ପୁର ପଞ୍ଚାୟତ କୁ ବିକାଶ ର ମଡେଲ କରିବା ପାଇଁ ନିର୍ବାଚିତ ସରପଞ୍ଚ ଗୀତା ନାୟକ,ସମିତି ସଭ୍ୟ ସୁଜାତା ଜେନା,ନାଏବ ସରପଞ୍ଚ ସଚ୍ଚିଦାନନ୍ଦ ତ୍ରିପାଠୀ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରେ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୂଲ୍ୟ ରାଉଳ ଓ ଜି ଆର ଏସ ସୁଜାତା ନାୟକ ଏବଂ ସଂପୃକ୍ତ ଗ୍ରାମର ଗାଁ ସାଥି । ପଞ୍ଚାୟତ ଅଧିନରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ପ୍ରାୟ ପଞ୍ଚ ଚାଳସି ଲକ୍ଷ୍ୟ ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଛି । ଧରାକୋଟ ବ୍ଲକ ବି ଡି ଓ ଡେନିସ ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,କନିଷ୍ଠ ଯନ୍ତ୍ରୀ ପ୍ରଦୀପ ନାୟକ ପ୍ରମୁଖ ଦଣ୍ଡାସି ବଗଡ ଗାଁ ବନ୍ଧ, ଡାକିବଜା ଗୁଡ଼ି ବନ୍ଧ,ଜଗନ୍ନାଥ ପୁର ପୁରୁଣା ବନ୍ଧ, ମଲିଝର ମଶାଣି ବନ୍ଧ, ବାହାରପୁର ବାବାଜୀ ବନ୍ଧ,ନବକେସ ପୁର ଗାଁ ବନ୍ଧ, ମଲିଝର ସିକର ସିଂ କେନାଲ,ପଦ୍ମପୁର ବେଙ୍ଗେଇ ବନ୍ଧ, ବାହାର ପୁର ଧୋବା ବନ୍ଧ , କେନ୍ଦୁପଲି କିଆ ବନ୍ଧ, ଡାକିବଜା ଠାରୁ ବରକୋଳି ଗୁମା ରାସ୍ତା, ନବକେଶ ପୁର ଠାରୁ ଚାଞ୍ଚରା ଖାଲ ରାସ୍ତା,ବାହାର ପୁର ଠାରୁ ମଶାଣି ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ ସହ ଅଗ୍ରଗତି ର ସମୀକ୍ଷା କରି କରିଥିଲେ । ଏହି ଅବସରରେ ବାହାରପୁର ହାଇସ୍କୁଲ ଓ ଡାକିବଜା ଆଦର୍ଶ ବିଦ୍ୟାଳୟ ର ନିର୍ମାଣ ଚାଲିଥିବା ଖେଳ ପଡିଆ, ସୁନ୍ଦରଗଡର ଜଳ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାହାରପୁର ପଞ୍ଚାୟତ ଅଧୀନରେ ମୋଟ 21 ଗୋଟି ଗାଁ ରହିଥିବା ବେଳେ ଚାଷ ଜମି ର ଉନ୍ନତିକରଣ ପାଇଁ 220 ଜଣ ହିତାଧିକାରୀ ,ମୋ ଉପକାରୀ ବଗିଚା ପାଇଁ 170 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆ ଯାଇଥିବା ବେଳେ 335 ଜଣ ଙ୍କୁ ପ୍ରାୟ 2900 ଗୋଟି ନଡିଆ ଚାରା ବଣ୍ଟନ କରାଯାଇଛି। ସେହିପରି ଆବଶ୍ୟକ ସ୍ଥଳେ କଲଭର୍ଟ ଓ ଚ୍ୟେକଡ୍ୟାମ ନିର୍ମାଣ ଚାଲିଛି । ପ୍ରତିଦିନ ପ୍ରାୟ ତିନିଶହରୁ ଅଧିକ ଶ୍ରମିକମାନଙ୍କୁ ଏହି ପ୍ରକଳ୍ପ ଗୁଡିକରେ କାମ ଯୋଗାଇ ଦିଆଯିବା ସହ ସମସ୍ତଙ୍କ ବ୍ୟାଙ୍କ ଖାତା କୁ ମଜୁରୀ ବାବଦ ଟଙ୍କା ପ୍ରଦାନ କରାଯାଉଥିବା ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଏ  ସମ୍ପର୍କରେ ବି ଡି ଓ ଡେନିସ ବେହେରାଙ୍କ ସହ ଯୋଗାଯୋଗ ବେଳେ ସରକାରୀ ଅନୁଦାନ କୁ ସଠିକ ଭାବରେ ବିନିଯୋଗ ସହ ମନରେଗା ଯୋଜନାରେ ଯେପରି ସମସ୍ତେ କାମ ପାଇବେ ଏବଂ ପଞ୍ଚାୟତ ର ବିକାଶରେ ଭାଗିଦାରୀ ହୋଇ ପାରିବେ ସେଥିପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!