ଧରାକୋଟ,13/10/23
କାଠ ମାଫିଆ ମାନଙ୍କ ଦ୍ଵାରା ଅବାଧରେ ଚୋରାରେ କାଠ ଚାଲାଣ ହେଉଥିବା ଖବର ପାଇ ଭଞ୍ଜନଗର ଡି ଏଫ ଓ ବିନୋଦ କୁମାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଓ ଧରାକୋଟ ବନପାଳ ଅକ୍ଷୟ କୁମାର ତ୍ରିପାଠୀ ଙ୍କ ମିଳିତ ଉଦ୍ୟମ କ୍ରମେ ବଡଗଡ ନିକଟସ୍ଥ ଗାଙ୍ଗପୁର ଠାରୁ ଆସିକା ଆଡ଼କୁ ଏକ ମକସ ପିକ ଅପ ଗାଡ଼ି ନ 0r o7 z 4346 କୁ ତାଳପାଟଣା ନିକଟସ୍ଥ ଋଷିକୁଲ୍ୟା ବ୍ରିଜ ଉପରେ ଜବତ ହୋଇଛି । ଏହି ଗାଡିରୁ ପ୍ରାୟ ପଚାଶ ଘନ ଫୁଟ ମୂଲ୍ୟବାନ କାଠ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ରୁ ଅଧିକ ହେବ । ହେଲେ କୌଶଳ କ୍ରମେ ଘଟଣା ସ୍ଥଳରୁ ଡ୍ରାଇଭର ଓ ଅନ୍ୟମାନେ ଚଂପଟ ମାରିଛନ୍ତି । ଏହି ଚଢାଉ ରେ ଆସିକା ରେଞ୍ଜ କର୍ମଚାରୀଙ୍କ ସହିତ ଧରାକୋଟ କାର୍ଯ୍ୟାଳୟର ପ୍ରଦୀପ ପରିଚ୍ଛା ଓ ଅନ୍ୟମାନେ ସହଯୋଗ କରିଥିଲେ।