ବ୍ରହ୍ମପୁର, କମାପଲ୍ଲୀ ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ବିଭିନ୍ନ ଦାବି କୁ ନେଇ ଗଣ ଧାରଣା।ଆଜକୁ 62 ଦିନ ହେବ ଏହି ଗଣ ଧାରଣା ଚାଲୁ ରହିଛି। ନା ଟାଟା ପାୱାର କିଛି କାର୍ଯ୍ୟକାରୀ କରୁଛି ନା ସରକାର କିଛି ନିଷ୍ପତି ନେଉଛନ୍ତି। ଯାହା ଫଳରେ ସଂଘର ଧାରଣା ଆଜକୁ 62 ଦିନରେ ପହଞ୍ଚିଲାଣି। ବର୍ତମାନ ବିଦ୍ୟୁତ୍ କ୍ଷେତ୍ରରେ ଟାଟା ପାୱାର ଯେଉଁ ପ୍ରକାରର ମନମାନି କରିବା ସହିତ ବିଭିନ୍ନ ଆଳ ଦେଖାଇ ଦିନକୁ 4 ରୁ 5 ଘଣ୍ଟା ବାରମ୍ବାର ପାୱାର କଟ କରୁଛି। ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତ୍ରୁଟି ପୂର୍ଣ୍ଣ ବିଲ ସମସ୍ୟା ଏବଂ ତାହାର ସମାଧାନ କରିବାକୁ ଗଲେ ଏ ଅଫିସ କୁ ସେ ଅଫିସ କୁ ଦୌଡ଼ାଉଛନ୍ତି।ପୂର୍ବରୁ ବାତ୍ୟା ସମୟରେ ଯେଉଁ କର୍ମଚାରୀ ମାନେ ଗ୍ରାହକ ମାନଙ୍କୁ ନିୟମିତ ଭାବେ ସେବା କରି ଆସିଛନ୍ତି ଆଜି ସେମାନଙ୍କୁ ଚାକିରି ନାହିଁ।ସେମାନେ ଗୁତି ଶ୍ରମିକ ଭାବେ 8000ରୁ 9000 ଟଙ୍କାରେ ବହୁ ବର୍ଷ ହେଲା କାର୍ଯ୍ୟକରୀ ଆସୁଛନ୍ତି।2018 ମସିହା ଚୁକ୍ତି ଅନୁସାରେ ସରକାରୀ ନିୟମ ଏବଂ ସିନିୟରିଟି ଅନୁସାରେ ଚାକିରି ଦେବାକୁ ହୋଇଥିଲା।ତାହାରି ପ୍ରତିବାଦରେ 11 ମାସ ପର୍ଯ୍ୟନ୍ତ 2021-2022 ମସିହାରେ ଆନ୍ଦୋଳନ କରୁଥିଲୁ।19.4.2022 ତାରିଖ ରେ ଜିଲ୍ଲାପାଳ ହସ୍ତକ୍ଷେପ କରି ସିନିୟରିଟି ଅନୁସାରେ ଦେବା ପାଇଁ ତ୍ରିପାଖିକ ଆଲୋଚନା କରି ପତ୍ର ଦ୍ୱାରା ଜଣାଇଥିଲେ।ତାହା ବି କାର୍ଯ୍ୟକାରୀ ହୋଇନାହିଁ।31.7.23 ତାରିଖ ସକାଳ 11 ଘଣ୍ଟା ଠାରୁ 2.30 ମିନିଟ୍ ପର୍ଯ୍ୟନ୍ତ ଗେଟ୍ ମିଟିଂ ଓ ବିକ୍ଷୋଭ କରାଯାଇଥିଲା। ସେଥିରେ ବି କିଛି ଲାଭ ହେଲା ନାହିଁ। ଆଜି ଚିର ନିଦ୍ରାରେ ସୋଇଥିବା ଟାଟା ପାୱାର ର ଅଫିସର ମାନଙ୍କୁ ଢୋଲ ବଜାଇ ଗୀତ ମାଧ୍ୟମରେ ସେମାନଙ୍କର ନିଦ ଭାଙ୍ଗିବା ପାଇଁ ଏହା ଏକ ନୂତନ ପ୍ରୟାସ ଜାରି ରଖିଛନ୍ତି ସଂଘର କର୍ମଚାରୀ ମାନେ।ଆମର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ଗଣ ଧାରଣା ରୁ ଓହରିବୁ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି।ଏଥିରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଜେନା,ସଭାପତି ଶ୍ରୀଯୁକ୍ତ ବିନଦ କୁମାର ସାହୁ,ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଗୌଡ,ସହକାରୀ ସଂପାଦକ ଏଲ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଆନ୍ଦୋଳନ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।