Tuesday, August 23, 2022
Homeଧରାକୋଟ ରେ ସାଇବର ସଚେତନତା ରଥକୁ ସମ୍ବର୍ଦ୍ଧନା

ଧରାକୋଟ ରେ ସାଇବର ସଚେତନତା ରଥକୁ ସମ୍ବର୍ଦ୍ଧନା

ଧରାକୋଟ ,12/10/23
ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଥାନା ଆନୁକୁଲ୍ୟରେ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଡି ଓ ଡେ ନିସ ବେହେରା,ଉପାଧ୍ୟକ୍ଷ ମନୋଜ କୁମାର ସାହୁ,ସୋରଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା, ଏସ ବି ଆଇ ଶାଖା ପରିଚାଳକ ଗୌତମ ରାଉତ, ଦେବାଶିଷ ଲେଙ୍କା,ଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ ପଟନାୟକ ପ୍ରମୁଖ ଯୋଗଦେଇ ସାଇବର ଠକାମୀର ବିଭିନ୍ନ ଉଦାହରଣ ଦେଇ ଏହା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଙ୍କୁ ସାଇବର ଠକାମି ଠାରୁ କିପରି ନିଜକୁ ସୁରକ୍ଷିତ ରଖିବେ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ପୋଲିସ ର ସହାୟତା ନେବାପାଇଁ ବିଭିନ୍ନ ଉଦ୍ଧାରଣ ମାଧ୍ୟମରେ ବୁଝାଇ ଥିଲେ। ସାଇବର ସେଲ ର ଜିଲ୍ଲା ସ୍ତରର  ସଂଯୋଜକ କିରଣ ଚନ୍ଦ୍ର ପାତ୍ର ସର୍ବଦା କଠିନ ପାସୱାର୍ଡ ବ୍ୟବହାର ସହ ଏହା କାହାକୁ ନ ଦେବା , ଅଜଣା ଲିଙ୍କ କୁ କ୍ଳିକ ନ କରିବା, ନିଜର ଓ ଟି ପି କାହାକୁ ନ ଦେବା , ଅଜଣା ସୋର୍ସ ରୁ ଋଣ ଗ୍ରହଣ ନକରିବା, ମେସେଜ କିମ୍ବା ଇମେଲ ରେ ନିଜର ଆର୍ଥିକ ତଥ୍ୟ ନଦେବା ସହ ଏ ଟି ଏମ ଠକାମି ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ।  ଶେଷରେ ପ୍ରୋଜେକ୍ଟର ମାଧ୍ୟମରେ ପରଦା ଉପରେ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏ ଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!