ଧରାକୋଟ,12/10/23
ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଛି । 2012 ମସିହାରୁ ଏହି ଅବସ ପାଳନ ହୋଇ ଆସୁଥିବା ବେଳେ ଆଜି ଏହି ଅବସରରେ ଧରାକୋଟ ବ୍ଲକର 14 ଗୋଟି କ୍ଲଷ୍ଟର ଅଧିନସ୍ତ ଛାତ୍ରୀଙ୍କ ମଧ୍ୟରେ ଚିତ୍ର କଳା ଓ ସ୍ଲୋଗାନ ଲିଖନ ସମ୍ପର୍କୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବାଲ୍ୟ ବିବାହ ରୋକିବା,ବାଳିକା ସ୍ଵାସ୍ଥ୍ୟ ଓ ଶିକ୍ଷା ର ସଚେତନତା,ପୋଷଣ, କନ୍ୟା ଭ୍ରୁଣ ହତ୍ୟା ରୋକିବା,ଯୌତୁକ ପ୍ରଥା ବନ୍ଦ, ନାରୀ ମାନଙ୍କ ଆଇନ ଗତ ଅଧିକାର ଓ ସାମାଜିକ ସୁରକ୍ଷା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଜୁନିୟର ଓ ସିନିୟର ବିଭାଗରେ ଅଂଶ ଗ୍ରହଣ କରିଥିବା ସମସ୍ତ ବାଳିକାଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିବବେଳେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନର ଅଧିକାର କରିଥିବା 18 ଜଣ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଶତପଥୀ,ଶିକ୍ଷକ ବିଧୂ ଭୂଷଣ ରାଉତ, ଶିକ୍ଷୟତ୍ରୀ ଅନିତା କୁମାରୀ ହଂସ, ଚିନ୍ମୟୀ ରାଉତ, ଶାନ୍ତିଲତା ବେହେରା ଯୋଗଦେଇଥିବା ବେଳେ ବିଚାରକ ଭାବରେ ଶିକ୍ଷକ ସୁରସେନ ସାହୁ,କାଳୁ ଚରଣ ସାହୁ,ଜଗନ୍ନାଥ ମଲିକ, କାଳୁ ଚରଣ ଗୌଡ଼,ଅକ୍ଷୟ ବିଷୋୟୀ ଉପସ୍ଥିତ ରହିଥିବା ବେଳେ ଏ ବି ଇ ଓ ପ୍ରଦୀପ କୁମାର ହୋତା ଓ ଉମା ଚରଣ ପାଣିଗ୍ରାହୀ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଭାସ୍କର ବାଡତ୍ୟା ଙ୍କ ସମେତ ସମସ୍ତ ସି ଆର ସି ସି ଏଥିରେ ସହଯୋଗ ପ୍ରଦାନ କରିଥିଲେ।