Tuesday, August 23, 2022
Homeଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

ନବରଙ୍ଗପୁର:ଡାବୁଗାଁ  ବ୍ଲକ କାର୍ଯ୍ୟ|ଳୟ ପରିସରରେ ସରକାର ଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା  ୧୧ ଜଣ ମିଶନ ଶକ୍ତି କର୍ମୀ ଙ୍କୁ ସ୍କୁଟର ବୁଧବାର ବଣ୍ଟନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଡି ଗୁଡିକ ପ୍ରଦାନ କରିଥିଲେ | ଏଥିରେ ବ୍ଲକର ଏମ.ବି.କେ-୯ ଜଣ, ବି.ସି.ଏ-୧ ଜଣ ଓ ବ୍ୟାଙ୍କମିତ୍ର ୧ ଜଣ ମୋଟ ୧୧ ଜଣ ଙ୍କୁ ସ୍କୁଟର ପ୍ରଦ୍ନ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ସିଡିପିଓ ମିନତୀ ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନୀ ପ୍ରଧାନ, କେସିସି ବ୍ୟାଙ୍କ ସୁପରଭାଇଜର ବିଶ୍ଵମ୍ବର ମାଳୀ, ଡାବୁଗାଁ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ହରିବନ୍ଧୁ ମିର୍ଗାନ, ମିଶନ ଶକ୍ତି ବିପିଏ ନବୀନ ଭତ୍ରା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ମିଶନ ଶକ୍ତି କର୍ମୀ ମାନେ  ଯୋଗ ଦେଇଥିଲେ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!