Tuesday, August 23, 2022
Homeବିଶ୍ଵ ବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ମେଗା ରକ୍ତଦାନ ଶିବିର

ବିଶ୍ଵ ବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ  ଜାତୀୟ ସେବା ଯୋଜନା ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ମେଗା ରକ୍ତଦାନ ଶିବିର କୁ ସ୍ୱାଇଏସିଡ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଗତାନନ୍ଦ,କୁଳପତି ପ୍ରଫେସର ଶ୍ରୀମତୀ ଗୀତାଞ୍ଜଳି ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏଥିରେ ଏନ୍ ଏସ ଏସ ସ୍ୱେଚ୍ଛାସେବୀ ଙ୍କ ସହ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ,ଅଧ୍ୟାପକ, ଓ କର୍ମଚାରୀ ମାନେ ସ୍ଵ ଇଚ୍ଛାରେ ରକ୍ତ ଦାନ କରିଥିଲେ।ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜ ବ୍ଲଡ଼ ଟ୍ରାନସଫ୍ଲ୍ୟୂଜନ ବିଭାଗର ସହାୟତାରେ ଆୟୋଜିତ ଏହି ରକ୍ତ ଦାନ ଶିବିର ରୁ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।ଏନ୍ ଏସ ଏସ ପକ୍ଷରୁ ରକ୍ତ ଦାନ ଶିବିରକୁ ନେଇ କ୍ୟାମ୍ପସରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିଥିଲେ। ଏନ୍ ଏସ ଏସ ଭଲ୍ୟୁଣ୍ଡିୟର ମାନେ ବିଭିନ୍ନ ବିଭାଗ ବୁଲି ଛାତ୍ର ଛାତ୍ରୀ ମାନଙ୍କୁ ରକ୍ତଦାନ ଓ ଏହାର ମହତ୍ୱ ସଂପର୍କରେ ବୁଝାଇଥିଲେ। ଏନ୍ ଏସ ଏସ ବ୍ୟୁରୋ ସଂଯୋଜକ ଶ୍ରୀଯୁକ୍ତ ଡ.ଜୟନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତ ଦାନ ଶିବିରରେ ୧୨୭ ଜଣ ଛାତ୍ର ଛାତ୍ରୀ ଏନ୍ ଏସ ଏସ ସ୍ୱେଚ୍ଛାସେବୀ,ଅଧ୍ୟାପକ,ଓ କର୍ମଚାରୀ ମାନେ ପଞ୍ଜିକରଣ କରିଥିବା ବେଳେ ୧୦୬ ଜଣ ରକ୍ତ ଦାନ କରିଛନ୍ତି। ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶକ୍ତି ରଞ୍ଜନ ଦାସ,ଶ୍ରୀ ଡ଼.ଶଙ୍କର୍ଷଣ ମଲ୍ଲିକ, ଡ.ଇତିଶ୍ରୀ ଗୀତା କୁମାରୀ,ପ୍ରମୁଖ ଶିବିରକୁ ପରିଚାଳନା କରିଥିବା ବେଳେ ସୋମ୍ୟଶ୍ରୀ ସାହୁ,ଦେବାଶିଷ, ଅଭିନାସ ନନ୍ଦ,ତ୍ରିନାଥ ସେଠୀ,ଅନନ୍ୟା ପ୍ରିୟଦର୍ଶିନୀ,ଆଲୋକ ସାହୁ,ଦେବାଶିଷ ମହାନ୍ତି,ସୁ ପ୍ରଭାତ ସେନାପତି,ଅନିଲ ଗୌଡ ପ୍ରମୁଖ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!