Tuesday, August 23, 2022
Homeଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ମାନସିକ ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ମାନସିକ ଦିବସ ପାଳିତ

ମାଲକାନଗିରି।ତା:11/11
 ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ମାନସିକ ଦିବସ ଗୋବିନ୍ଦପାଲ୍ଲୀ ମୁକ୍ତିକରଣ ଥେରାପି କେନ୍ଦ୍ର ଠାରେ ପାଳିତ ହୋଇ ଯାଇଛି। ଉକ୍ତ ଥେରାପି କେନ୍ଦ୍ରରେ ୨୩ ଜଣ   ମାନସିକ ଅନଗ୍ରସର ଶିଶୁ ସହିତ ସେମାନଙ୍କ ପିତା ମାତା ଉପସ୍ଥିତ ଥିଲେ  ।  ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବିଚାରପତି ରାକେଶ କୁମାର ମୁଦୁଲି, ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ମୁଖ୍ୟ ପ୍ରତିରକ୍ଷା ଓକିଲ ଅଶୋକ କୁମାର ପଟ୍ଟନାୟକ , ସମାଜ ସେବୀ ରାମ ଗୋବିନ୍ଦ ପଣ୍ଡା, ଡାକ୍ତର ସନ୍ତୋଷ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି ଆଇନଗତ ଅଧିକାର ଏବଂ ସରକାରଙ୍କ ଦାୟିତ୍ଵ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସେହି ପରି ଉକ୍ତ ଦିବସରେ ନୟକଗୁଡ଼ା ସ୍ଥିତ ଇର୍ମା ବାକା ମୂକ ବଧିର ବିଦ୍ୟାଳୟ ପରିଦର୍ଶନ କରି ଏଠାରେ ରହୁଥିବ ଅନ୍ତେବାସୀମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉପଦେଶ ଓ ଆଇନ ପରାମର୍ଶ ଦେଇଥିଲେ। ଉକ୍ତ ବିଦ୍ୟାଳୟ ରେ ୮୬ ଟି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ବିଭିନ୍ନ ବର୍ଗର ଶିଶୁ ରହୁଛନ୍ତି । କିନ୍ତୁ କିଶୋର ନ୍ୟାୟ ଅନୁଯାୟୀ ପଞ୍ଜୀକୃତ ହୋଇ ନ ଥିବାରୁ ଏବଂ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ  ଏଠିକାର ସମ୍ପାଦକଙ୍କୁ ଅବଗତ କରାଯାଇ ଥିଲା ଏବଂ ସମ୍ପାଦକ  ପଞ୍ଜୀକୃତ ପାଇଁ ସମସ୍ତ ପଦକ୍ଷେପ ନେବାକୁ ପ୍ରତି ଶ୍ରୁତି ପ୍ରଦାନ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!