ନବରଙ୍ଗପୁର :- ୨୦୨୪ରେ କାହାକୁ ଭୋଟ୍ ଦେଇ ନିବଚିତ କରିବେ ଡାବୁଗାଁ ବାସୀ ? କେଉଁ ଦଳର ପ୍ରାର୍ଥୀଙ୍କର ହେବ ଜିତାପଟ ?2019 Election ରେ କଂଗ୍ରେସ ଗଡ଼କୁ କବଜାକୁ ନେଇଥିବା ବିଜେଡି ଏଥର ଆସନ ବଜାୟ ରଖୀପାରିବ ନା କମ୍ ବ୍ୟାକ କରିବ କଂଗ୍ରେସ ପାର୍ଟି ବିଜେଡି ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସାଜିବ କି ବିଜେପି ? ବିଜେଡି ବିଧାୟକ ପୁଣି ଥରେ ଲଢ଼ିବାକୁ ଆଶା ବାନ୍ଧିଥିବା ବେଳେ,ଶାସକ ଦଳକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତିରେ ଲାଗି ପଡ଼ିଲେଣି ବିରୋଧୀ ଆଶାୟୀ । ଏକଦା କଂଗ୍ରେସର ଗଡ଼ ଥିଲା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ। 2009 ଏବଂ 2014ରେ ବିଜୟୀ ହୋଇଥିଲେ କଂଗ୍ରେସର ଡାବୁଗାଁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭୂଜବଳ ମାଝି।ମାତ୍ର 2019 ନିର୍ବାଚନରେ ବଦଳିଥିଲା ଜନାଦେଶ। ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରି, କଂଗ୍ରେସ ଗଡ଼ ଭାଙ୍ଗିବା ଡାବୁଗାଁରେ ହୋଇଥିଲା ବିଜେଡିର ଶଙ୍ଖନାଦ। 2019 ନିର୍ବାଚନରେ ମନୋହର ରନ୍ଧାରୀ 43,43% ହାରରେ 73,264 ଭୋଟ୍ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ଭୂଜବଳ ମାଝି 65, 901 ଭୋଟ୍ ସହ 39.97% ସମର୍ଥନ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପଦମନ ନାୟକ ୨.94 % ହାରରେ ମାତ୍ର 16, 394 ଭୋଟ୍ ପାଇଥିଲେ। ଭୁଜବଳଙ୍କଠାରୁ, ମନୋହର 7, 374 ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ତେବେ 2022 ପଞ୍ଚାୟତ ନିର୍ବାଚନରେ ପାଞ୍ଚଟି ଜିଲ୍ଲା ପରିଷଦ ଜୋନ ରୁ ବିଜେଡି 4ଟିରେ ବିଜୟୀ ହୋଇଥିବା ବେଳେ,କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ବିଧାୟକ ମନୋହର 2024ରେ ପୁଣି ଥରେ ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଥିବା ବେଳେ, କଂଗ୍ରେସ ପାର୍ଟିରୁ ଆଶାୟୀ ଅଛନ୍ତି ଲିପିକା ମାଝୀ ଏବଂ କୁଷିଆ କଂଗ୍ରେସ ବିଧାୟକ ଆଶାୟୀ ତାଲିକାରେ ଅଛନ୍ତି । ସେପଟେ ବିଜେପିରୁ ଟିକେଟ ପାଇଁ ଆଶାୟୀ ଅଛନ୍ତି ସୋନାଥ ଭତ୍ରା, ତ୍ରିନାଥ ଅମାନତ୍ୟ