କୋଟପାଡ଼ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି କୋଟପାଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା କୋଟପାଡ଼ ର ଛାମୁଆ ଓ ବରିଷ୍ଠ ନେତା ମାନଙ୍କୁ ମନୋନୀତ କରିଥିବାରୁ ଛାତ୍ର ଓ ଯୁବ ବିଜୁ ସଭାପତି ଶ୍ରୀ ମନ୍ତ ପଣ୍ଡା ଙ୍କ ସଭାପତିତ୍ବରେ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ ପ୍ରଦୀପ କୁମାର ବକ୍ସି,ଉପ ସଭାପତି ପଙ୍କଜ କୁମାର ପାତ୍ର,ଜେନେରାଲ ସେକ୍ରେଟରି ଶିବ ପଟ୍ଟନାୟକ,ବୀରେନ ବିଶୋଇ,ଟାଉନ ସଭାପତି ଆରିଫ ପଟେଲ,ବ୍ଲକ କାର୍ଯ୍ୟକାରୀ ସଭାପତି ଏମ ଡି ସଲିମ୍,ଇସୁ ମହାନ୍ତି ଏବଂ ଆଇ ଟି ସିଆଲ ର ମେମ୍ବର ହେମନ୍ତ କୁମାର ପାତ୍ର ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।ଆଜିର ଏହି ଆୟୋଜିତ କାର୍ଯ୍ୟକ୍ରମ ରେ ବିଜୟ ମାଦଳା,ଓମ ପ୍ରକାଶ ଦାସ,ସାଗର କୁମାର ପାତ୍ର,କିରଣ କୁମାର ପଟ୍ଟନାୟକ,କୁଞ୍ଜ ବିହାରୀ ବୈଦ୍ୟ,ଏମ ସନ୍ତୋଷ କୁମାର,ଉତ୍ତମ ପଟ୍ଟନାୟକ,ତୁଷାର କୁମାର ବିଶୋଇ,ପ୍ରଦୀପ ବେହେରା,ରାକେଶ ନାୟକ,ମନୋଜ ପଣ୍ଡା, ପ୍ରଭା ,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ