ନବରଙ୍ଗପୁର'-ଡାବୁଗାଁ ସଦର ମହକୁମାସ୍ଥିତ ବ୍ଲକ ଶିକ୍ଷା ଅଧିକାରିଙ୍କ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି | ଏଥୁରେ ଶିଶୁ କନ୍ୟା ମାନଙ୍କ ପାଇଁ ପ୍ରବନ୍ଧ ଲିଖନ, ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗୀତା କନିଷ୍ଠ ଓ ବରିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିଲା | ଏଥୁରେ କୃତକାର୍ଯ୍ୟ ହୋଇଥୁବା କନିଷ୍ଠ ଓ ବରିଷ୍ଠ ବିଭାଗରୁ ପ୍ରଥମ, ୨ୟ ଓ ୩ୟ ସ୍ଥାନ ଅଧିକାର ଅକରିଥିବା ଛାତ୍ରୀ ମାନଙ୍କୁ ଅତିଥ୍ ମାନଙ୍କ ଦ୍ବାରା ପୁରସ୍କୃତ କରଯାଇଥିଲା । ଏଥିରେ କନିଷ୍ଠ ବିଭାଗରେ ସଙ୍ଗୀତ ପ୍ରତିଯୋଗୀତାରେ ଦିପ୍ତିମୟୀ ରଥ, ନୃତ୍ୟରେ ସାଇସ୍ମିଧା ବକ୍ସି, ପ୍ରବନ୍ଧ ଲିଖନରେ ଜୟମଣି ମାଝି ଓ ବରିଷ୍ଠ ବିଭାଗରେ ସଙ୍ଗୀତରେ ପ୍ରଜ୍ଞା ପରମିତା ନାୟକ , ନୃତ୍ୟରେ ମନୀଷା ହରିଜନ, ପ୍ରବନ୍ଧ ଲିଖନରେ ପୁନମ ମିଶ୍ର ପ୍ରମୁଖ। ଛାତ୍ରୀ ମାନେ ବୁଧବାର ହେବାକୁ ଥିବା ଜିଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ଭାଗନେବେ । ଏଥୁରେ ମୁଖ୍ୟ ଅତିଥ୍ ଭାବେ ବିଡିଓ ଶରତ ମାଝି, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ଅଙ୍ଗନୱାଡି ସୁପରଭାଇଜର ସାଇରା ବାନୁ ଓ ବିମଳା ନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧ୍ବକାରୀ ଭଗବାନ ମାଝି, ଶିକ୍ଷୟତ୍ରୀ ବନଲତା ମହାନ୍ତି, ଗିରିଶବାଳା ଜେନା,ପିଙ୍କି ଗୁପ୍ତା, ଯୁଧୁଷ୍ଠିର ମାଝି ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ପରିଚାଳନା କରିଥିଲେ ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର