Tuesday, August 23, 2022
Homeଧରାକୋଟ ବ୍ଲକ ଅଞ୍ଚଳରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ .....................................

ଧରାକୋଟ ବ୍ଲକ ଅଞ୍ଚଳରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ .....................................

ଧରାକୋଟ 10/10/23
ଧରାକୋଟ ବ୍ଲକର ଚଉଦ ଗୋଟି କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ, ବି ଆର ସି ସି ପ୍ରଦୀପ କୁମାର ହୋତା, ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ,ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ବି ଆର ଟି ସୀତାକାନ୍ତ ପଣ୍ଡା ଓ ଶିକ୍ଷକ ବୀଧୁ ଭୂଷଣ ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ । ସି ଆର ସି ସି ଭାସ୍କର ବାଡତ୍ୟା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସେହିପରି ବାହାରପୁର କ୍ଲଷ୍ଟର ରେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ କୋରାମଣି ସାହୁ,ମୁଖ୍ୟ ବକ୍ତା ଭାବରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ, ଏ ବି ଇ ଓ ପ୍ରଦୀପ କୁମାର ହୋତା ଉପସ୍ଥିତ ହୋଇ ମାର୍ଗଦର୍ଶନ କରିଥିବା ବେଳେ ସି ଆର ସି ସି ଜ୍ଞାନ ରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଲଷ୍ଟର ସ୍ତରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ। ବ୍ଲକର ଚଉଦ ଗୋଟି କ୍ଲଷ୍ଟର ରେ 105 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,20 ଗୋଟି ଉଚ୍ଚ ବିଦ୍ୟାଳୟ ଓ 2 ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ଓ ଏ ଭି ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭାକୁ ପରିପ୍ରକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ,ଚିତ୍ର, କୁଇଜ, ସୃଜନଶିଳ ଲେଖନ,ବିତର୍କ,ପ୍ରବନ୍ଧ, ବତ୍କୃତା,ଓଡ଼ିଆ ହସ୍ତାକ୍ଷର,ସୃତି ଲିଖନ,ମଧ୍ୟାହ୍ନ ଭୋଜନ ସଂପର୍କୀତ ଚିତ୍ରକଳା,ଶିଳ୍ପ କଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅନ୍ୟ ପକ୍ଷରେ ମିଲଟ ମିଶନ ସମ୍ବନ୍ଧୀୟ କୁଇଜ, ବତ୍କୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ। ସମସ୍ତ କ୍ଲଷ୍ଟର ରେ ସି ଆର ସି ସି ରାଜେନ୍ଦ୍ର ମହାନ୍ତି, କାଳୁ ଚରଣ ଗୌଡ଼, ଜ୍ଞାନ ରଞ୍ଜନ ନାୟକ, ସୂର୍ଯ୍ୟ ନାରାୟଣ ନାହାକ, ଗୌରୀ ଶଙ୍କର ଶତପଥୀ,ନବୀନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!