ଦାମନଯୋଡି,୦୯/୧୦:-ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଦାମନଯୋଡିରେ ପାଳିତ ହୋଇଯାଇଛି।ସମାଜ ପାଠକ ମଞ୍ଚ,ଦାମନଯୋଡି ମିଡ଼ିଆ ହାଉସ ଓ ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ସୋମବାର ସନ୍ଧ୍ୟାରେ ନାଲକୋ କମ୍ୟୁନୀଟି ସେଣ୍ଟର ଠାରେ ସ୍ୱତନ୍ତ୍ର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିଥିଙ୍କ ସହିତ ବୁଦ୍ଧିଜୀବୀ,ସାହିତ୍ୟିକ ଓ ଜନସାଧାରଣ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନିଜନିଜ ବକ୍ତବ୍ୟରେ ସମସ୍ତେ ଗୋପବନ୍ଧୁଙ୍କ ଆଦର୍ଶ,ତ୍ୟାଗ,ସେବା,ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ।ଗୋପବନ୍ଧୁ ଦାସ ଏକାଧାରାରେ ଜଣେ ଦେଶପ୍ରେମୀ,ସମାଜସେବୀ,ସଂଗଠକ,ସଂସ୍କାରକ ତଥା ସାହିତ୍ୟିକ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ ଦୀନଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ ଜଣାଶୁଣା ହୋଇପାରିଥିବା ଅତିଥି ଓ ବକ୍ତା ମତ ଦେଇଥିଲେ।ନାଲକୋ ସମୂହ ମହାପ୍ରବନ୍ଧକ ସୁରେଶ ଚନ୍ଦ୍ର ସାମଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର ଓ ମହାପ୍ରବନ୍ଧକ ସରୋଜ କୁମାର ନାଥ ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ବର୍ଷା'ର ସଭାପତି ଡ଼ଃ. ପ୍ରଦୀପ କୁମାର ପାଟ୍ଟଯୋଶୀ ଏଥିରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ।ସମାଜର ଦାମନଯୋଡି ପ୍ରତିନିଧି ନରସିଂହ ବ୍ରହ୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଡ଼ଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ସରୋଜିନୀ ତ୍ରିପାଠୀ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଜଳେନ୍ଦ୍ର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ ଓ ବର୍ଷା'ର ସମ୍ପାଦକ ଶ୍ରୀଧର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ନାଲକୋ ଲୋକ ସମ୍ପର୍କ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର,,ବିଜୟ କୁମାର ଜେନା,ହରିବନ୍ଧୁ ବିଶ୍ଵାଳ,ପ୍ରଭାସିନୀ ପାଣି,ସୁରେନ୍ଦ୍ର କହଁର,ସାମ୍ବାଦିକ ମାନସ ରଞ୍ଜନ କର,ନଳିନୀକାନ୍ତ ସେନାପତି,ସୁଦର୍ଶନ ସେନାପତି,ଚୈତନ୍ୟ ହନ୍ତାଳ,ଅରୁଣ କୁମାର ଓଝା,ଭାରତୀ ମିଶ୍ର,ରବିନ୍ଦ୍ର କୁମାର ସାଉ,ଅମ୍ବିକା ପ୍ରସନ୍ନ ପାଣି,ରବୀନ୍ଦ୍ର କୁମାର ବିଶ୍ବାଳ,ସୋମନାଥ ସାମନ୍ତରାୟ ଓ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।