Tuesday, August 23, 2022
Homeଲୋକନାୟକ ଉତ୍କଳ ମଣି ଗୋପବନ୍ଧୁ ଜୟନ୍ତୀ, ଜୟପ୍ରକାଶ ନାରାୟଣ ଜୟନ୍ତୀ,ଓ ପ୍ରଶିକ୍ଷଣ ଶିବିର ଉପଲକ୍ଷେ ପ୍ରସ୍ତୁତି ବୈଠକ।

ଲୋକନାୟକ ଉତ୍କଳ ମଣି ଗୋପବନ୍ଧୁ ଜୟନ୍ତୀ, ଜୟପ୍ରକାଶ ନାରାୟଣ ଜୟନ୍ତୀ,ଓ ପ୍ରଶିକ୍ଷଣ ଶିବିର ଉପଲକ୍ଷେ ପ୍ରସ୍ତୁତି ବୈଠକ।

ବ୍ରହ୍ମପୁର , ଗଜପତି ନଗର  ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଙ୍କ ବାସଭବନ ସାମ୍ନା ପଡ଼ିଆ ଠାରେ ଲୋକନାୟକ ଉତ୍କଳ ମଣି ଗୋପବନ୍ଧୁ ଜୟନ୍ତୀ, ଜୟ ପ୍ରକାଶ ନାରାୟଣ ଜୟନ୍ତୀ,ଓ ପ୍ରଶିକ୍ଷଣ ଶିବିର ଉପଲକ୍ଷେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା,ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ଜୀବନ ବିନ୍ଦୁ ସଂଯୋଜକ ତଥା ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ମହାରଣା, ସମସ୍ତ କର୍ପୋରେଟର ବୃନ୍ଦ, ମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ମାସ ୨ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ରାଜ୍ୟରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେଉଅଛି। ଆସନ୍ତା ୯ ତାରିଖ  ଲୋକନାୟକ ଉତ୍କଳ ମଣି ଗୋପବନ୍ଧୁ ଜୟନ୍ତୀ ଅବସରରେ  ଜନ ସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ କରିଥିଲେ।ଏଥିରେ ବହୁ କର୍ମୀ ଉପସ୍ଥିତ ରହିଥିଲେ। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!