Tuesday, August 23, 2022
Homeମା କନକ ଦୁର୍ଗା ଙ୍କ ଷୋଡ଼ଷ ଉପଚାର ପୂଜା ଆରମ୍ଭ

ମା କନକ ଦୁର୍ଗା ଙ୍କ ଷୋଡ଼ଷ ଉପଚାର ପୂଜା ଆରମ୍ଭ

ହିଞ୍ଜିଳିକାଟୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗା ଙ୍କ ଶକ୍ତିପୀଠରେ ଷୋଡ଼ଷ ଉପଚାର ପୂଜା ୬ତାରିଖ ଠାରୁ ଆରମ୍ଭ ହୋଇଯାଇଛି l ଏହି ପୂଜା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଧରି ଚାଲୁ ରହିବ l ଷୋଡ଼ଷ ଉପଚାର ପୂଜା ସମେତ ଚଣ୍ଡୀପାଠ, ହୋମ ଓ ମହା ଆଳତୀ ଚାଲୁ ରହିବ l ସେହିପରି ପ୍ରତିଦିନ ମା ଭିନ୍ନ ଭିନ୍ନ ଭେଷରେ ଦର୍ଶନ ଦେବ l ଆଜି ପ୍ରଥମ ଦିନରେ ମା ସୁନାବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି l ବିଶ୍ୱାସ ରହିଛି ମାଆଙ୍କୁ ଷୋଡ଼ଷ ପୁଜା ସମୟରେ ଦର୍ଶନ କଲେ କୋଟି କୋଟି ଜନ୍ମର ପୁଣ୍ୟ ମିଳିଥାଏ l ପ୍ରତ୍ୟହ ସୂର୍ଯ୍ୟପୂଜା, ସାଲାପୂଜା, ଘଟପୂଜା, ଗ୍ରହଣ ମଣ୍ଡଳ ପୁଜା, ନୟିବେଦ୍ୟ ସଂସ୍କାର, ଷୋଡ଼ଷ ଉପଚାର ପୂଜା, ବେଲପତ୍ର ଅର୍ଚ୍ଚନ, ମହାଯଜ୍ଞ ଓ ଚଣ୍ଡୀପାଠ ମଧ୍ୟରେ ଏହି ପୁଜା ଚାଲୁ ରହିଥାଏ l ମନ୍ଦିର ପରିଚାଳନା କମିଟି ଓ ପୂଜକ ମୁନି ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପୂଜାର୍ଚ୍ଚନା ଚାଲୁରହିଛି l ଆଦିଶକ୍ତି ମା କନକ ଦୁର୍ଗା ଙ୍କ ସନ୍ଧ୍ୟା ଆଳତୀ ଦେଖିବାପାଇଁ ଲୋକମାନଙ୍କର ସୁଅ ଛୁଟିଥିବା ଦେଖିବାକୁ ମିଳିଛି l ସେହିପରି ହିଞ୍ଜିଳିକାଟୁ ପୌର ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ବିଡ଼ିଓ ସୁବ୍ରତ କୁମାର ଜେନା, ଥାନା ଅଧିକାରୀ ଶ୍ରୀନିବାସ ସେଠୀ ପହଞ୍ଚି ମା ଙ୍କୁ ଦର୍ଶନ କରିବାସହ ପୂଜାର୍ଚ୍ଚନା କରିଛନ୍ତି l ଏଥିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ମନ୍ଦିର କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!